Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରେ ଅହଲ୍ୟା ବାଇ ହୋଲ୍କରଙ୍କ ୩ଶହ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଭାଜପା ମହିଳା ମୋର୍ଚ୍ଚା ତରଫରୁ ସଫେଇ କାର୍ଯ୍ୟକ୍ରମ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେ ଅହଲ୍ୟା ବାଇ ହୋଲ୍କରଙ୍କ ୩ଶହ ତମ ଜନ୍ମଜୟନ୍ତୀ ଅବସରରେ ଆଜି କୁଚିଣ୍ଡା ସଦର ମହକୁମା ସ୍ଥିତ ଝୁଲେନ୍ ପୋଲ ନିକଟସ୍ଥ ଶିବ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ବିଜେପି) କୁଚିଣ୍ଡା ମହିଳା ମୋର୍ଚ୍ଚା ତରଫରୁ ବିଶେଷ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ଅନୁପମା ନାଏକ, କୁଚିଣ୍ଡା ଶାଖାରୁ କୁଞ୍ଜଲତା ନାଏକ, ସୁନୟନା ବେହେରା, ଗାୟତ୍ରୀ ଚଲାନ, ପୁଷ୍ପାଞ୍ଜଳି ପଟେଲ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କୁମାର କର ଜିଲ୍ଲା ସମ୍ପାଦକ ବିଭୂତି କଲ୍ୟାଣ ପଟେଲ ଚିତ୍ତରଞ୍ଜନ ଭୋଇ ସଙ୍ଗୀତ ଦାସ ପ୍ରମୁଖଙ୍କ ସହିତ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ସମସ୍ତେ ଶିବ ମନ୍ଦିର ପରିସରକୁ ସଫା ସୁତୁରା କରି ଏକ ସ୍ୱଚ୍ଛ ପରିବେଶ ତିଆରି କରିଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମୋର୍ଚ୍ଚା ଅହଲ୍ୟା ବାଇ ହୋଲ୍କରଙ୍କ ଦେଶପ୍ରେମ, ସେବା ଓ ସ୍ୱଚ୍ଛତା ର ମୂଲ୍ୟବୋଧ କୁ ସ୍ମରଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ