କଳାହାଣ୍ଡି:୨୮/୦୫
କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୁଧବାର ଦିନ କଳାହାଣ୍ଡି ଜିଲ୍ଲା କାମଠଣାସ୍ଥିତ ଗ୍ରାମ ପଞ୍ଚାୟତ ଅଫିସ ଠାରେ ବିଭିନ୍ନ ଆଇନ ସହାୟତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର କାର୍ଯ୍ୟକ୍ରମ, ମଧ୍ୟସ୍ଥତା ସମାଧାନ,ଆଇନସେବା ପ୍ରାଧିକରଣର ଆକ୍ଟ ୧୯୮୭, ଜାତୀୟ ଆଇନ ସେବା ପ୍ରାଧିକରଣର ଟୋଲ୍ ଫ୍ରି ନମ୍ବର ୧୫୧୦୦ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରାଯାଇଥିଲା । ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ବିମଲ କୁମାର ଚାନ୍ଦ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଳାହାଣ୍ଡ, ସ୍ନିଗଧା ପଣ୍ଡା ,ଫ୍ର ଅଫିସ ରିଟେନର ଶ୍ରୀମତି ଦିପ୍ତିରାଣି ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ବିମଲ କୁମାର ଚାନ୍ଦ ନିଜର ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣର ଆଇନ ଓ ମଧ୍ୟସ୍ଥତା କେନ୍ଦ୍ରରେ ସମାଧାନ କରାଯାଉଥିବା ବିଭିନ୍ନ ବିବାଦ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଜାତୀୟ ଆଇନ ସେବା ପ୍ରାଧିକରଣର ଟୋଲଫ୍ରି ନମ୍ବର ବିସୟରେ ମହିଳାମାନଙ୍କୁ ଅବଗତ କରାଇବା ସହ ବିଭିନ୍ନ ଅସୁବିଧା ସମୟରେ ଏହି ନମ୍ବରର ସାହାର୍ଯ୍ୟ ନେବାପାଇଁ କହିଥିଲେ । ଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥିମାନେ ଅଂଶଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉର ରଖିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସୁପରିଚାଳନାରେ କାମଠଣା ପଞ୍ଚାୟତ ଅଫିସ୍ ର କର୍ମଚାରିମାନେ ସହଯୋଗ କରିଥିଲେ ।
କାମଠଣା ପଞ୍ଚାୟତ ରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
