Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଗ୍ରାମକୁ ନେଇ ନୂତନ ପଞ୍ଚାୟତ ଗଠନ ନିଷ୍ପତି

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ତୁଲୁବ ଗ୍ରାମକୁ ନୂତନ ପଂଚାୟତ ଗଠନ ପାଇଁ କମିଟି ସଭାପତି ପଞ୍ଚାନନ ପଧାନଙ୍କ ସଭାପତିତ୍ୱରେ ଜମନକିରା ବ୍ଲକ ସଦର ମହକୁମାରେ ଅବସ୍ଥିତ ତୁଲୁବ ଗ୍ରାମରେ ନୂତନ ପଞ୍ଚାୟତ ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ତୁଲୁବ, ସର୍ବେଜାଲ, ସାନଲଙ୍ଗାବାହାଲ, ଟାଙ୍ଗରମାଲ, ଦୁର୍ଗାଡ଼ିହି, ଛତାବର, ଜୁନାନି, କେକଟପଡ଼ା, ଗଏପୁର୍ଗା ପ୍ରଭୁତି ଗ୍ରାମର ପ୍ରାୟ ୧୫୦୦ ରୁ ଉର୍ଦ୍ଧ ଜନସାଧାରଣ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକ କମିଟି ସଭାପତି ପଞ୍ଚାନନ ପଧାନ, ସମ୍ପାଦକ ରାଜୀବ ନାୟକ, ଜମନକିରା ଗ୍ରାମ ପଂଚାୟତ ଅଧିକାରୀ ହିମାଂଶୁ ଶେଖରେ ପଟେଲ, କମିଟି ସଭ୍ୟ ସୁରେଶ ଚନ୍ଦ୍ର ପଟେଲ, ହିମାଦ୍ରୀ ସାହୁ, ବିନୟ ନାୟକ, କନ୍ଧର୍ପ ଚରଣ ପଟେଲ, ଜମନକିରା ଗ୍ରାମର ଏକ ନମ୍ବର ୱାର୍ଡର ସଭ୍ୟା ପ୍ରଭାଗିନୀ ନାୟକ, ଗ୍ରାମର ଦୁଇ ନମ୍ବର ୱାର୍ଡର ସଭ୍ୟା ଲୀଳାବତୀ ଝାଙ୍କର, ପ୍ରମୁଖ ମଞ୍ଚାସିନ ଥିଲେ। ମୋହନ ମାଝୀ ସଭା ପରିଚାଳନା ସହିତ ଅତିଥି ପରିଚୟ କରିଥିଲେ। ଜମନକିରା ବ୍ଲକ ଅନ୍ତର୍ଗତ ଉକ୍ତ ଗ୍ରାମ ଗୁଡ଼ିକୁ ସଠିକ ଭାବରେ ସରକାରି ଅର୍ଥ ପହଞ୍ଚି ପାରୁନାହିଁ। ବିଦ୍ୟାଳୟ ସମସ୍ୟା ସମାଧାନ ହୋଇ ପାରୁନାହିଁ। ପାନୀୟ ଜଳ ସମସ୍ୟା, ଗାଧିଇବା ପାଇଁ ବନ୍ଧରେ ଘାଟ ସମସ୍ୟା, ଯାତା ୟାତ ପାଇଁ ବ୍ରିଜ଼ ସମସ୍ୟା, ବୃଦ୍ଧ ଙ୍କୁ ଭତ୍ତା ଭଳି ଅନେକ ମୌଳିକ ସମସ୍ୟାର ସମାଧାନ ନୂତନ ପଂଚାୟତ ଗଠନ ପାଇଁ ଜମନକିରା ବିଡ଼ିଓ, କୁଚିଣ୍ଡା ଉପ-ଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲାପାଳ, ଓଡିଶା ସରକାରଙ୍କ ସଚିବ, ପଞ୍ଚାୟତି ରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ମଧ୍ୟ ଫେରାଦ ହୋଇ ନୂତନ ପଞ୍ଚାୟତ ଗଠନ ପାଇଁ ଜଣାଇଥିଲେ ମଧ୍ୟ କୌଣସି ସଫଳ ମିଳି ପାରିନାହିଁ। ଏଣୁକରି ବର୍ତମାନ ଲୋକଙ୍କ ସରକାରଙ୍କୁ ଲୋକଙ୍କ ଶକ୍ତି ପ୍ରଦର୍ଶନ କରିବାର ସମୟ ଆସିଯାଇଛି ବୋଲି କମିଟି ସଦସ୍ୟ ଅତିଥିଗଣ ନିଜ ଅଭିଭାଷଣ ମାଧ୍ୟମରେ ମତ ପ୍ରକାଶ କରିଥିଲେ। ଏପରିକି ନୂତନ ପଞ୍ଚାୟତ ଗଠନ ପାଇଁ ଆଗାମୀ ଦିନରେ ରାଜ ରାସ୍ତାରେ ଓଲ୍ଲାଇବାକୁ ପଡିଲେ ମଧ୍ୟ ଗ୍ରାମବାସି ଏଥିପ୍ରତି ପ୍ରସ୍ତୁତ ଅଛନ୍ତି ବୋଲି ଦୃଢ଼ିକ୍ତି ପ୍ରକାଶ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ଭୋଟ କୁ ମଧ୍ୟ ଗ୍ରାମବାସି ଭୋଟ ବର୍ଜନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସେହିପରି ୱାର୍ଡ ସଭ୍ୟ ଙ୍କ କହିବା ଅନୁଯାଇ ବିଭିନ୍ନ ବୈଠକରେ ଗ୍ରାମର ଅନେକ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦିଆଯାଉଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରୁନାହିଁ କି ଠିକ ଭାବେ ଅର୍ଥ ମଧ୍ୟ ପ୍ରଦାନ କରାଯାଉନାହିଁ। ଏପରି ତୁଲୁବ ଗ୍ରାମରେ ଥିବା ଏକ ଗାଧୁଆ ବନ୍ଦ ରୁ ପଙ୍କ ଉଦ୍ଦାର ପାଇଁ ଦାବି କରାଯାଉଥିବା ବେଳେ ପଞ୍ଚାୟତରେ ଟଙ୍କା ନାହିଁ ବୋଲି ଏହି କାର୍ଯ୍ୟ କରାଯାଇ ପାରୁ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ