Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ ଇଞ୍ଜିନିୟର ତାରିଣୀ ଚରଣ ସ୍ବାଇଁଙ୍କ ପରଲୋକ

ଜମନକିରା : ଜମନକିରା ବ୍ଲକ୍ ଅଂଚଳରେ ଜଣାଶୁଣା ଇଂଜିନିୟର ତଥା ବରିଷ୍ଠ ସାମ୍ୱାଦିକ ଅମୂଲ୍ୟ ସ୍ୱାଇଁଙ୍କ ପିତା ତାରିଣୀ ଚରଣ ସ୍ବାଇଁଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହେଉଥିଲା। ମଙ୍ଗଳବାର ରାତିରେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ଆଜି ସକାଳ ସାଢେ଼ ଛଅ ଟା ରେ ହଠାତ୍ ହୃଦଘାତ୍ ହେବାରୁ ତାଙ୍କର ଦେହାନ୍ତ ଘଟିଥିଲା। ୧୯୭୦ ମସିହାରେ ପାରଳାଖେମୁଣ୍ଡି ଠାରେ ଆରଇଓ ବିଭାଗ ରେ କନିଷ୍ଠ ଯନ୍ତ୍ରୀ ଭାବେ ସ୍ୱର୍ଗତ ତାରିଣୀ ଚରଣ ସ୍ୱାଇଁ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ୧୯୯୯ ମସିହାରେ ବଲାଙ୍ଗୀର ଡିଭିଜନରେ କ୍ଷୁଦ୍ର ଜଳସେଚନ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଅବସରଗ୍ରହଣ କରିଥିଲେ। ସମ୍ବଲପୁର ଜିଲ୍ଲାର ଜମନକିରା ଓ ବାମରା, ସୁନ୍ଦରଗଡ଼, ବଣେଇଗଡ଼, ପାଟଣାଗଡ, ଭବାନୀପାଟଣା ଓ ବଲାଙ୍ଗୀର ଜିଲ୍ଲା ରେ ଚାକିରୀ ଜୀବନ କଟିଥିଲା। ଜମନକିରା ବ୍ଲକ୍ ରେ ଅବସ୍ଥାପିତ ଥିବା ବେଳେ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଷୀଙ୍କ କ୍ଷେତକୁ ଜଳ ସେଚନ ପାଇଁ ଡୁମାମରା ଓ ବାଙ୍କସାଲ୍ ଡେମ୍ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଯାହା ଆଜିବି ଲୋକେ ତାଙ୍କର ଅବଦାନକୁ ସ୍ମୃତିଚାରଣ କରୁଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ସାନପୁଅ ଅଜୟ ଉଡାଜାହାଜ ଯୋଗେ ଦିଲ୍ଲୀରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏଵଂ ଏନଏଚ ନଂ ୨୦୦ ଦେଇ କାର ଯୋଗେ ଘରକୁ ପହଂଚି ସ୍ୱର୍ଗତ ପିତାଙ୍କୁ ଶେଷ ଦର୍ଶନ କରିଥିଲେ। ଖବର ପାଇ ରାଉରକେଲାରୁ ବିବାହିତା ସାନଝିଅ, ଆତ୍ମୀୟ, ସ୍ୱଜନ, ବନ୍ଧୁ ବାନ୍ଧବ ପହଂଚି ଥିବା ବେଳେ ଓଡ଼ିଶା ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ପୂର୍ବତନ ସାଧାରଣ ସଂପାଦକ ଅଶୋକ ନନ୍ଦ, ସମ୍ବଲପୁର ଜିଲ୍ଲା ୟୁନିଟ୍ ସଭାପତି ପ୍ରଭାତ ବେହେରା, ରାଜ୍ୟ ପରିଷଦ ସଭ୍ୟ ସଞ୍ଜୟ ମିଶ୍ର, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ସଚ୍ଚିକାନ୍ତ ସାହୁ, ଜିଲ୍ଲା ସଂଗଠନ ସଂପାଦକ ରାଜେନ୍ଦ୍ର ନାୟକ, ଜମନକିରା ବ୍ଲକ୍ ୟୁନିଟ୍ ସଭାପତି କ୍ଷିତିରଞ୍ଜନ ପଧାନ, ସଂପାଦକ ସନ୍ତୋଷ ପଟେଲ୍, ସଞ୍ଜିବ ସାହୁ, ସୁବାଷ ନାଥ ଶର୍ମା, ଅବଦୁଲ ଗୁଲାମ କାଦିର୍, ଅଶୋକ ଦାନୀ ପ୍ରମୁଖ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅପରାହ୍ନ ୪ଟା ରେ ଶବାଧାର ଘରୁ ବାହାରିବା ପରେ ବାବାଯୋରୀ ଗାଁ ଶ୍ମଶାନରେ ଶବଦାହ କରାଯାଇଥିଲା। ବଡ଼ପୁଅ ସାମ୍ୱାଦିକ ଅମୂଲ୍ୟ ରଞ୍ଜନ ସ୍ୱାଇଁ ମୂଖାଗ୍ନି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ