Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଦିନିଆ ଲଘୁଚାପ ବର୍ଷାରେ ଗଜା ହେଲା ଧାନ, ସରକାରୀ ସହାୟତା ପାଇଁ ପ୍ରଶାସନକୁ ନିବେଦନ କଲେ ଚାଷି।

କଳାହାଣ୍ଡି:୨୯/୦୫
ଗତ ଦୁଇ ଦିନ ଧରି ଲାଗି ରହିଥିବା କାଳବୈଶାଖୀ ପ୍ରଭାବ ରେ ଲଘୁ ଚାପ ବର୍ଷାରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଚାଷ ଜମିରେ ପାଣି ଜମିବାରୁ ଅମଲକ୍ଷମ ଧାନ ଭିଜିଯାଇ ଗଜା ହୋଇଯାଇଛି। ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଯାଇଛି। କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମର ଚାଷୀ ବିଷ୍ଣୁ ପ୍ରସାଦ ସୁନାନୀ, ବାରବଖରାରେ ଥିବା ନିଜ ପାଞ୍ଚ ଏକର ଜମିରେ ଧାର କରଜ କରି ଧାନ ଚାଷ କରିଥିଲେ। ଚାଷ ମଧ୍ଯ ଭଲ ହୋଇଥିଲା। କିନ୍ତୁ ଧାନ ଫସଲ ଅମଳ କରିବା ସମୟରେ ଦାଉ ସାଧିଲା ଲଘୁଚାପ ଜନିତ ବର୍ଷା। ଦୁଇ ଦିନ ଧରି ଲଗାଣ ଲଘୁଚାପ ଜନିତ ବର୍ଷା ହେବାରୁ ଚାଷ ଜମିରେ ପାଣି ଜମିବାରୁ ପାଚିଲା ଧାନ ପାଣିରେ ଭିଜି ଗଜା ହୋଇ ଯାଇଛି। ପାଞ୍ଚ ଏକର ଜମିରେ କରିଥିବା ଚାଷରୁ ପ୍ରାୟ ତିନି ଚାରି ଏକର ଜମିରେ ଥିବା ପାଚିଲା ଧାନ ପାଣିରେ ଭିଜି ଗଜା ହୋଇ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଲା ପରେ ସେ ଚିନ୍ତାରେ ପଡ଼ି ଯାଇଛନ୍ତି। ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ପରିବାର। ଚାଷ ଉପରେ ସେ ସମ୍ପୂର୍ଣ ରୂପେ ନିର୍ଭର କରୁଥିବାରୁ ପରିବାର ପ୍ରତିପୋଷଣ କରିବେ କିପରି ଏବଂ କରିଥିବା ଋଣ କରଜ ଶୁଝିବେ କିପରି ତାହା ତାଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଣୁ ବ୍ଲକ କୃଷି ବିଭାଗ ଓ ପ୍ରଶାସନ ପକ୍ଷରୁ ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସେ ପ୍ରଶାସନକୁ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ