ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ମୁମୂର୍ଶୁ ଅବସ୍ଥାରେ ଅଭିଯୁକ୍ତ ଛାଡ଼ି ପଳାଇ ଥିବା ବୀରମହାରାଜପୁର ଥାନାରେ ଅଭିଯୋଗ କୋଇଛି । ମୁମୂର୍ଶୁ ଅବସ୍ଥାରେ ପଡିରହିଥିବା ଦୁଷ୍କର୍ମ ପିଡିତlଙ୍କୁ ଲୋକେ ଦେଖି ଆମ୍ବୁଲାନ୍ସ ଯୋଗେ ଡ଼ାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିଥିବା ଜଣାଯାଇଛି । ଏନେଇ ପୀଡିତା ଙ୍କ ବଡ଼ ଭଉଣୀ ଙ୍କ ଅଭିଯୋଗକୁ ଭିତ୍ତିକରି ଥାନା କେସ ନମ୍ବର ୧୨୭/୨୫ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛନ୍ତି ଏସ ଡି ପି ଓ ହେମନ୍ତ ରାଓ । ମିଳିଥିବା ସୂଚନା ଅନୁଯାୟୀ ଗତ ରବିବାର ଦିନ ବାଘରତଇଲା ଗ୍ରାମର ବଶୁ ଭୋଇ(୨୦) ପିଡିତଙ୍କୁ ନେଇ ଯାଇଥିଲେ । ସେ ତାଙ୍କୁ ହରିନାପାଲି ଜଙ୍ଗଲରେ ୫ ଦିନ ରଖି ନାବାଳିକା ସହିତ ଦୁଷ୍କର୍ମ କରିଥିଲା । ଗୁରୁବାର ଅପରାହ୍ନରେ ପିଡିତା ଙ୍କୁ ମୁମୂର୍ଶୁ ଅବସ୍ଥାରେ ବାଘରତଇଲା ଜଙ୍ଗଲ ନିକଟରେ ଛାଡ଼ି ପଳାଇଲା ଅଭିଯୁକ୍ତ । ସ୍ଥାନୀୟ ଲୋକମାନେ ମୁମୂର୍ଶୁ ଅବସ୍ଥାରେ ନାବାଳିକା କୁ ଉଦ୍ଧାରକରୀ ଆମ୍ବୁଲାନ୍ସ ଯୋଗେ ଡ଼ାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିଥିଲେ । ଖବର ପାଇ ବୀରମହାରାଜପୁର ପୋଲିସ ଡ଼ାକ୍ତରଖନରେ ପହଞ୍ଚି ଘଟଣାର ତଦନ୍ତ କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଫେରାର ଅଭିଯୁକ୍ତ କୁ ଧରିବା ପାଇଁ ଯୋଜନା କରିଥିବା ଜଣାଯାଇଛି । ଶୁକ୍ରବାର ଦିନ ପୀଡିତା ର ଡାକ୍ତରୀ ପରୀକ୍ଷା ପରେ ପୀଡିତା ଆବଶ୍ୟକ ବୟାନ ରେକର୍ଡ କରିବା ପରେ ଶିଶୁ ମଙ୍ଗଳ ସମିତି ପାଖରେ ଉପସ୍ଥାପନ କରାଯିବ ବୋଲି ଏସ ଡି ପି ଓ ଶ୍ରୀ ରାଓ କହିଛନ୍ତି । ଅଭିଯୁକ୍ତ କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।
ନାବାଳିକା କୁ ଦୁଷ୍କର୍ମ ପରେ ମୁର୍ମୁଷୁ ଅବସ୍ଥାରେ ଛାଡି ପଳାଇଲା ଅଭିଯୁକ୍ତ
