Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା।

କଳାହାଣ୍ଡି:୩୧/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ମଜୁରସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁଦ୍ର ପ୍ରସାଦ ନିଆଳ ଙ୍କୁ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଫୁଫଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଦିଆଯାଇଛି। ସିଆରସିସି ଦିଲିପ କୁମାର ସାହୁ ଙ୍କ ସଭାପତିତ୍ୱ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ମୁଖ୍ୟ ବକ୍ତା ଭାବେ ସେକ୍ସନ ଅଫିସର ବିଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଭୁରିଶ୍ରବା ଜାଲ, ଉପ ସଭାପତି ବିର କିଶୋର ନାଗ,ବରିଷ୍ଠ ଶିକ୍ଷକ ଲକ୍ଷ୍ମଣ ପଟେଲ ପ୍ରମୁଖ ଉପସ୍ଥିତ ରହି ଅଵସର ନେଉଥିବା ଶିକ୍ଷକ ଶ୍ରୀ ନିଆଳ ଙ୍କ ଶିକ୍ଷକତା ଜୀବନ ରେ ଛାତ୍ରଛାତ୍ରୀ ଙ୍କ ପ୍ରତି ରହିଥିବା ଭଲ ପାଇବା,ସହକର୍ମୀ ଙ୍କ ସହ ଉତ୍ତମ ସମ୍ପର୍କ ଜଣେ ନିଷ୍ଠାପର ଶିକ୍ଷକ ଭାବେ ସେ ତାଙ୍କ କର୍ମମୟ ଜୀବନ ତୁଲାଇଥିବା କହିବା ସହ ବିଦ୍ୟାଳୟ ପାଇଁ ରହିଥିବା ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ, ଏବଂ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରି ଏହି ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଆଜି ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଓ ପ୍ରଶାସନିକ ସ୍ତରରେ ସୁନାମ ଅର୍ଜନ କରିଥିବା ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିଲେ। ମଞ୍ଚ କୁ ଶିକ୍ଷକ ପ୍ରଶାନ୍ତ ଶବର ପରିଚାଳନା କରିଥିବା ବେଳେ ଶିକ୍ଷକ ସୁନିଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ କୃପାସିନ୍ଧୁ ଶବର,ଗଣେଶ୍ୱର ବାଗ,ରାହାସ ବିହାରୀ ନାଏକ, ରତ୍ନାକର ବେମାଲ,ଲାବାନ୍ୟ ନିଧି ରାଉତ,ଉମେଶ ସାହୁ, ଜୟନ୍ତ ଦିଶାରୀ,ସନ୍ଥ ଲାଲ ଛାତ୍ରୀଆ, ଈଶ୍ୱର ନାଏକ, ଫାଲଗୁନି ବାଣୁଆ,ବିଜୟ ଶବର, ବାଲାମଣି ବାଗ, ମୋହିନୀ ବାଗ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ।ପରେ ଶିକ୍ଷକ ଙ୍କୁ ଏକ ଶୋଭାଯାତ୍ରାରେ ତାଙ୍କ ବାସଭବନ ରେ ନେଇ ବିଦାୟ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ