ବୀରମହାରାଜପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ରେ ଏସି. ଏସ୍ ଟି ଜମି କିଣାବିକା ରେ ଅନିୟମିତତା


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରକାରୀ ଗାଇଡଲାଇନ କୁ ଖୋଲା ଖୋଲି ଉଲଂଘନ କରି ଅନୁସୂଚିତଜାତି(ଏସ ସି) ଅନୁସୂଚିତ ଜନଜାତି (ଏସ ଟି) ଲୋକଙ୍କ ଜମିକୁ ବିକ୍ରୀ କରିବାକୁ ଅନୁମତି ପ୍ରଦାନରେ ଅନିୟମିତତା ହୋଇଥିବା ଏଜି ଅଡିଟ ରିପୋର୍ଟ ରୁ ଜଣାପଡିଛି l ଫାଇଦା ଉଠାଇଛନ୍ତି ଧନୀ, ପ୍ରଭାବଶାଲି ଓ ଦଲାଲ୍ ମାନେ l ଏହା ଦ୍ବାରା ଏସ ସି, ଏସ ଟି ଲୋକମାନେ ବାଧ୍ୟ ହୋଇ କମ୍ ଦାମ ରେ ଜମି ବିକ୍ରୟ କରି ଭୂମିହୀନ ହେଉଥିବା ବେଳେ ସେମାନଙ୍କର ପୈତୃକ/ନିଜ ଜମି ସାଧାରଣ ବର୍ଗ ର ଧନୀ ଲୋକଙ୍କ ହାତକୁ ଚାଲିଯାଇଛି l ଓଡ଼ିଶା ପ୍ରଧାନ ମହଲେଖାଗର (ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ) ଙ୍କ ଅଡିଟ ରିପୋର୍ଟ ପରେ ଏହାର ପର୍ଦ୍ଦାଫାସ ହୋଇଛି l ରିପୋର୍ଟ ଅନୁସାରେ ଏସ ସି, ଏସ ଟି, ଙ୍କ ଜମି ବିକ୍ରୟ ପାଇଁ ବେଆଇନ୍ ଭlବେ ଅନୁମତି ଦେଇଥିବା ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ଏସ ସି, ଏସ ଟି, ଙ୍କ ଜମିକୁ ସେମାନଙ୍କ ପୂର୍ବ ଖlତା କୁ ଫେରସ୍ତ ପାଇଁ ରଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା -୧୧୦୫ ତା -୨/୨/୨୦୨୪ରେ ସି. ଏ. ଜି. ସୁପାରିସ କରିଛନ୍ତି l ମାତ୍ର ଏହି ଜମି ବିକ୍ରୟ ପାଇଁ ଅନୁମତି ଦେଇଥିବା ଉପଜିଲ୍ଲାପାଳ ଙ୍କ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ l ଫଳରେ ଏସ ସି, ଏସ ଟି, ବର୍ଗର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି l
ପ୍ରଧାନ ମହଲେଖlଗlରଙ୍କ ରିପୋର୍ଟ ଅନୁସାରେ ବୀରମହାରାଜପୁର ଉପଜିଲ୍ଲାପାଳ ବୀରମହାରାଜପୁର ଉପଖଣ୍ଡର ଏସ ସି, ଏସ ଟି, ଙ୍କ ୨୧୩ଏକର ୯୩୮ଡ଼ିସିମିଲ ଜମି ବିକ୍ରୀ ପାଇଁ ୨୧୮ଜଣଙ୍କୁ ଅନୁମତି ଦେଇଥିଲେ,ଓ ଏଲ ଆର୍ ଆକ୍ଟ ର ଧାରା ୨୨ର ୧୮୧ଟି ଦିଆଯାଇଥିବା ପରମିସନ ରେକର୍ଡ କୁ ତର୍ଜମା କଲାପରେ ୧୩୮ଟି ଦେଇଥିବା ପରମିଶନ୍ ରେ ଅନିୟମିତତା ହେଇଥିବା ପ୍ରମାଣ କରିଛନ୍ତି I ଅଡିଟ ଅଧିକାରୀ ମାନେ, ଯେଉଁଥିରେ ୨୦୦ଏକର ୭୫୦ଡିସିମିଲ ଜମି ଯାହାର ସରକାରୀ ମୂଲ୍ୟ ୬କୋଟି ୧୭ଲକ୍ଷ ୭୦ହଜାର ୬୨ଟଙ୍କା ହେବ l ଏହି ଅନିୟମିତତା ବୀରମହାରାଜପୁର ର ପୂର୍ବତନ ଉପଜିଲ୍ଲାପାଳ ମାନଙ୍କ ନାମ ଏଜି ଅଡିଟ ରିପୋର୍ଟ ରେ ଦର୍ଶା ଯାଇଥିବା ଜଣା ଯାଇଛି l କୁଆଡେ ଏକ ଦଲାଲ୍ ସାହାଯ୍ୟରେ ଏସ ସି, ଏସ ଟି, ମାନଙ୍କ ଜମି ଅନୁମତି ଦେବାପାଇଁ ଲେନ୍ ଦେନ୍ କରୁଥିଲେ I ତେଣୁ ଉପଜିଲ୍ଲାପାଳ ସରକାରୀ ଗାଇଡଲାଇନ କୁ ଭୁଲି ଯାଇ ମନଇଚ୍ଛା ଆଖି ବୁଜି ପରମିସନ ଦେଇ ଥିଲେ l ମାତ୍ର ଅଡିଟ ରିପୋର୍ଟ ପାଇଲା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟl ଦାସ ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କ ଅଫିସ୍ କୁ ସମସ୍ତ କେଶ୍ ରେକର୍ଡ ମଗାଇ ଯାଞ୍ଚ କରିଥଲେ l ମାତ୍ର ଅଡିଟ ରିପୋର୍ଟ ଠିକ୍ ଥିବା ଓ ପରମିଶନ ସେବାରେ ସମସ୍ତ କାଗଜପତ୍ରରେ ଅନିୟମିତତା ହୋଇଥିବା ଜାଣି ମଧ୍ଯ ଉପଜିଲ୍ଲାପାଳ ଙ୍କ ଘଣ୍ଟ ଘୋଡାଇବାକୁ ଯାଇ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନ ଥିବାର ଜଣାଯାଇଛି l
ଏ ବିଷୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟl ଦାସ କୁହନ୍ତି ଏଜି ଅଡିଟ ରୋପୋର୍ଟ ହସ୍ତଗତ ହୋଇଛି, ମାତ୍ର ଅଡିଟ ରିପୋର୍ଟ ଅନୁଯାୟୀ ଏସ ସି, ଏସ ଟି, ଜମି ବିକ୍ରୟ ପାଇଁ ପରମିସନ୍ ପ୍ରଦାନରେ ଅନିୟମିତତା ହୋଥିବା ପ୍ରମାଣ ମିଳିଛି I ମାତ୍ର ତର୍ଜମା କଲାପରେ ଯେଉଁ କେଶ୍ ରେକର୍ଡ ଏ ଜି. ଅଡିଟ ରିପୋର୍ଟ ଅନୁଯାଇ ଅନିୟମିତତା ହୋଇଛି ସେ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ l
ସାଧାରଣ ରେ ଚର୍ଚ୍ଚl ହେଉଛି ଦେଖିବାକୁ ବାକି ରହିଲା ବୀରମହାରାଜପୁର ଉପଖଣ୍ଡ ଅଂଚଳରେ ବେଆଇନ ଭାବେ ଏସ ସି, ଏସ ଟି, ପ୍ରଜାଙ୍କ ଜମିକୁ ବିକ୍ରୟ କରିବା ପାଇଁ ପରମିଶନ ଦେଇଥିବା ଉପଜିଲ୍ଲାପାଳ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ?