କଳାହାଣ୍ଡି,୦୧/୦୬: କଳାହାଣ୍ଡି ଜିଲ୍ଲା ଜୁନାଗଡ଼-ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଅଘଟଣ । ରାସ୍ତା ଉପରୁ ବାଇକ ସହିତ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । ତେବେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ବାଇକ ସହ ଜାଳି ଦେଇଥିବା ସନ୍ଦେହ କରାଯାଉଛି ।
ସୂଚନା ମୁତାବକ, ଜୁନାଗଡ଼ -ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଏକ ବାଇକ୍ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ତେବେ କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରିବା ପରେ ବାଇକ୍ ସହ ଜାଳି ଦେଇଥିବା ସନ୍ଦେହ କରାଯାଉଛି ।
ଏନ ଏଚ ୨୬ ବନମାଳୀପୁର ରାସ୍ତାରେ ବାଇକ୍ ସହ ଯୁବକ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ,କାରଣ ଅସ୍ପଷ୍ଟ, ପୁଲିସ ର ତଦନ୍ତ ଜାରି। ଅସ୍ପଷ୍ଟ
