Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷା ଅଧିକାରୀ ଓ ସନ୍ଥାପନ ଅଧିକାରୀ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ।

କଳାହାଣ୍ଡି:୦୨/୦୬
କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବିଦାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରେମ ନାରାୟଣ ପଣ୍ଡା ଓ ସନ୍ଥାପନ ଅଧିକାରୀ ଶ୍ରୀ ଶୋଭାରାମ ଜାଲଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି ।ଏହି ଅବସରରେ ଆୟୋଜିତ ସଭାରେ ଗୋଷ୍ଠୀ ସାଧନ କେନ୍ଦ୍ର ସାଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ମୋହନ ଯୋଶୀ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କଳାହାଣ୍ଡି ଶ୍ରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଓ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଦୁଷ୍ମନ୍ତ ଶେଖର ପାଢ଼ୀ ସାମ୍ନାନୀତ ଅତିଥି ଭାବରେ ମଂଚାସୀନ ଥିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଭାତ କୁମାର ଖମାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଶ୍ରୀ ପ୍ରମୋଦ କୁମାର ଠାକୁର ସମ୍ପାଦକ ଶ୍ରୀ ଲଳିତ କୁମାର ନାଏକଙ୍କ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀ କଳମପୁର ସୁଶ୍ରୀ ମଧୁସ୍ମିତା ନାଏକ କୋକସରା ଶ୍ରୀ ମହେଶ ଭାଟି ଜୁନାଗଡ଼ ଶ୍ରୀ ତପନ ମାଝୀ ଧର୍ମଗଡ଼ ପଙ୍କଜିନୀ ମାଝୀ ଉପସ୍ଥିତ ଥିବା ବେଳେ କଳାହାଣ୍ଡି ଜିଲ୍ଲାର ବହୁ ଶିକ୍ଷାବିତ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବିଦାୟୀ ଅଧିକାରୀଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ ଏହି ସମାରୋହଟିକୁ ବାର ଜଣ ସିଆରସିସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ