Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜାପୁର ପଞ୍ଚାୟତ ସମିତିର ଷଷ୍ଠ ବୈଠକ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତିର ଷଷ୍ଠ ବୈଠକ ସ୍ଥାନୀୟ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷ ଶାନ୍ତି ଲୁହା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜୋନ -୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ,ଜୋନ-୨ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦାନ୍ତ,ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ଙ୍କ ସମେତ ବ୍ଲକ ର ସମସ୍ତ ସରପଞ୍ଚ,ସମିତି ସଭ୍ୟ ଓ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଜିପିଓ ପ୍ରଦୀପ ବାଘ ଗତ ବୈଠକର ବିବରଣୀ ପ୍ରଦାନ କରିଥିଲେ।ସଭାରେ ମନରେଗା, ପାନୀୟ ଜଳ, କୃଷି ଓ ଆନୁସଙ୍ଗିକ କୃଷି, ଉଦ୍ୟାନ ବିଭାଗ, ଶିକ୍ଷା ବିଭାଗ, ଜଙ୍ଗଲ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଆଦି ବିଷୟରେ ଆଲୋଚନା ହୋଇଥିଲା lଜିଲ୍ଲା ପରିଷଦ ଲବ କୁମାର ସାହୁ ବନ ବିଭାଗ ର କାମ୍ପା ଯୋଜନାରେ କେଉଁ କେଉଁ ଅଂଚଳରେ କାମ ହେଉଛି,ଗ୍ରୀନ ମହାନଦୀ ମିସନ ରେ ବ୍ଲକର କେଉଁ କେଉଁ ପଞ୍ଚାୟତରେ କେତେ ଅଟକଳ ର କାମ ହେଉଛି ତଥ୍ୟ ମାଗିଥିଲେ।ଏହା ସହିତ ବନ ବିଭାଗ ଏମଜିଏନଆରଇଜିଏ ରେ ଗୋଟିଏ ପଞ୍ଚାୟତରେ କାମ କରି ଅନ୍ୟ ପଞ୍ଚାୟତର ଶ୍ରମିକ ନିୟୋଜନ କରିବାକୁ ବିରୋଧ କରିଥିଲେ।ଖଣ୍ଡହତା ସମିତିସଭ୍ୟ ବିନୋବାନନ୍ଦ ପ୍ରଧାନ ଅନେକ ବିଧବା ଓ ଭିନ୍ନକ୍ଷମ ଙ୍କ ଭତ୍ତା ମିଳୁ ନ ଥିବା ପ୍ରକାଶ କରିବା ସହିତ କିପରି ହିତାଧିକାରିମାନେ ଭତ୍ତା ପାଇବାରେ ହଇରାଣ ନ ହେବେ ସେଥିପ୍ରତି ବିଭାଗ ଯତ୍ନବାନ ହେବାକୁ କହିଥିଲେ।ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ପିଡିଏସ ପାଇବା ପାଇଁ କେବେ ନୂତନ ଭାବେ ହିତାଧିକାରୀ ପଞ୍ଜିକୃତ ହେବେ ପ୍ରଶ୍ନ କରିଥିଲେ। ହିଲୁଙ୍ଗ ସମିତିସଭ୍ୟ ଶୈଳରଞ୍ଜନ ବାଦୀ ବିଭିନ୍ନ ଯୋଜନାର ପ୍ରକଳ୍ପ କୁ ସଠିକ ଭାବେ କରିବାକୁ ମତ ପ୍ରକାଶ କରିଥିଲେ । ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ବ୍ଲକର ପ୍ରତି ଗ୍ରାମରେ ପନୀୟ ଜଳ ଯୋଗାଣ ପ୍ରତି ଗୁରୁତ୍ବ ଦେବାକୁ କହିବା ସହିତ ଏମଜିଏଆରଇଜିଏ କାମ କୁ ସ୍ବଚ୍ଛ ଭାବରେ କରିବାକୁ ପରାମର୍ଶ ଦେଇଥିଲେ।ଏହା ସହିତ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନରେ ଡାକ୍ତର ଯୋଗାଇ ଦେବାକୁ ଉପସ୍ଥିତ ସଭ୍ୟମାନେ ବିଧାୟକଙ୍କୁ ଅନୁରୋଧ କରିଥିଲେ।ବିଧାୟକ ଶ୍ରୀଯୁକ୍ତ ବେହେରା ବ୍ଲକରେ ସମସ୍ତ କାମ କୁ ଠିକ୍ ଭାବରେ କରିବାକୁ ପରାମର୍ଶ ଦେଇଥିଲେ।ଏହା ସହିତ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ରେ ମିଳିଥବା ଅନୁଦାନ ଓ ତାର ଖର୍ଚ୍ଚ ଉପରେ ମଧ୍ୟ ଆଲୋଚନା ହୋଇଥିଲା l ବୈଠକରେ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ବିଏସଏସଓ ଅଞ୍ଜୁଲତା ଗୌଡ,ଏଇଏମ ଡି ସରିଫ,ଓଡିଶା ଜୀବିକା ମିସନର ମନୋଜ କୁମାର ବାଘ, ବନ ବିଭାଗର ର ଅଧିକାରୀ, ସ୍ବାସ୍ଥ୍ୟ ବିଭାଗ,କୃଷି ବିଭାଗ,ଉଦ୍ୟାନ କୃଷି ବିଭାଗ ସମେତ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ପ୍ରାୟ ସବୁ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିବା ବେଳେ କେନ୍ଦୁପତ୍ର ବିଭାଗ ଓ ବିଦ୍ୟୁତ ବିଭାଗ ବୈଠକରେ ଅନୁପସ୍ଥିତ ଥିଲେ। ତେଣୁ ଏହି ବିଭାଗ ଦ୍ବୟ ବିଷୟରେ କୌଣସି ଆଲୋଚନା ହୋଇ ପାରି ନ ଥିଲା। ଶେଷରେ ବିଡ଼ିଓ ମୋତିଲାଲ ସୁଲିଆ ଧନ୍ୟବାଦ ଅର୍ପଣ କରିଥିଲେ।