କଳାହାଣ୍ଡି:୦୫/୦୬
ଭୁବନେଶ୍ୱର ରୁ ଉମର କୋଟ ଯାଉଥିବା ରଘୁନାଥ ନାମକ ବସ କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଆଜି ଭୋର ସମୟରେ ରାସ୍ତା ରେ ଛିଡା ହୋଇଥିବା ଏକ ଟ୍ରକ କୁ ପଛ ପଟୁ ପିଟି ବସ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ରେ ବସ ର ଆଗ ପଟ ଚୁରମାର ହୋଇଥିବା ବେଳେ ବସ ରେ ଥିବା ଅନେକେ ଯାତ୍ରୀ ବସ ମଧ୍ୟରେ ଫସି ରହିଥିଲେ। କିଛି ସ୍ଥାନୀୟ ଲୋକଙ୍କ ସହାୟତା ଓ କୋକସରା ଦମକଳ କର୍ମଚାରୀ ଫସି ଥିବା ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ଙ୍କ ଜୁନାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି ଓ ଅନ୍ୟ ୫ ଜଣ ଜଟିଳ ଭାବେ ଗୁରୁତର ଥିବା ଜଣାପଡିଛି। ମୃତ ଯାତ୍ରୀ ଙ୍କ ପରିଚୟ ମିଳିନାହିଁ, ଜୁନାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଟ୍ରକ କୁ ପିଟି ଯାତ୍ରୀବାହୀ ବସ ଦୁର୍ଘଟଣା, ଜଣେ ମୃତ,୫ ଗୁରୁତର।
