ନାକଡେଇଁ ଗ୍ରାମରେ ବିଶ୍ଵ ପରିବେଶ ଦିବସ ପାଳିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ବନ୍ଧୁ ଡ.ହୃଷୀକେଶ ଦେହେରିଙ୍କ ତତ୍ତ୍ଵବଧାନରେ “ବିଶ୍ୱ ପରିବେଶ ଦିବସ” ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପର୍ୟାବରଣ ସଂରକ୍ଷଣ ବିଭାଗ ସଂଯୋଜକ ଧର୍ମ ନିରଞ୍ଜନ ପଣ୍ଡା , ପର୍ୟାବରଣ ଜିଲ୍ଲା ସଂଯୋଜକ କ୍ଷୀରସାଗର ବିଭାର , ମହାନନ୍ଦ ମାହାଣା ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଆବଶ୍ୟତା ରହିଛି। ଜ୍ଞାନ ଭରତ ଦେହେରୀ ଅତିଥି ପରିଚୟ ଦେଇଥିଲେ । ବୃକ୍ଷ ରୋପଣ କରିବା ଦ୍ଵାରା ମୃତ୍ତିକା କ୍ଷୟ , ଜଙ୍ଗଲ କ୍ଷୟ ଆଦିକୁ ରୋକିବା ସହ ଜଳ ଓ ବାୟୁ ପ୍ରଦୂଷଣ ବନ୍ଦ ହେବା ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ‘ନାଗେଶ୍ୱର ଯୁବକ ସଂଘ, ନାକଡେଇଁର ସମସ୍ତ ସଦସ୍ୟ ନିଜ ଜନ୍ମ ଦିନରେ ମା ପାଇଁ ଗୋଟେ ଗଛ ଲଗାଇବା ପାଇଁ ଶପଥ ନେଇଥିଲେ । ନାକଡେଇଁ ଗ୍ରାମର ପ୍ରକୃତି ପ୍ରେମୀ ଉପେନ୍ଦ୍ର ଜlନୀଙ୍କୁ ଉପଢୌକନ ଓ ଗୋଟେ ବୃକ୍ଷ ଦେଇ ସମ୍ମାନିତ କରାଯାଇଥିଲା। ପିଣ୍ଟୁ , ମନୋଜ , ହିମାଂଶୁ , ସାହିଲ , ଆଦେଶ , ସ୍ଵାଗତ , ଶିତିକଣ୍ଠ ,ବିନୋଦ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସିକୁନ ଥନାପତି ଧନ୍ୟବାଦ ଦେଇଥିଲେ ।