Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବ ବ୍ୟବସାୟୀ ଙ୍କ ମୃତ୍ୟୁ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁବାର ସନ୍ଧ୍ୟା ରେ ଜଣେ ଯୁବ ବ୍ୟବସାୟୀ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ଗୋପପାଲି ଗ୍ରାମର ଅଗସ୍ତି ପ୍ରଧାନ (୩୫) ବୋଲି ଜଣା ପଡିଛି। ମୃତ ଅଗସ୍ତି ଜଣେ ବ୍ୟବସାୟୀ ଅଟନ୍ତି। ସେ ଦୁଇ ବର୍ଷ ହେଲା ମୁର୍ଷୁଣ୍ଢି ମେଟାକାନି ଛକ ରେ ଘର କରି ପରିବାର ସହିତ ରହୁଥିଲେ । ଗୁରୁବାର ସଂଧ୍ୟାରେ ଘରର କୌଣସି ଏକ ବିଦ୍ୟୁତ କାମ କରୁଥିଲେ। ସଟସର୍କିଟ ଯୋଗୁଁ ସେ ବିଦ୍ୟୁତ ସଂସ୍ପର୍ଷ ରେ ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନା କୁ ଅଣା ଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁବାର ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଛେଦ ହୋଇ ପାରି ନ ଥିଲା । ଶୁକ୍ରବାର ଦିନ ଶବ ବ୍ୟବଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି । ମୃତ ଯୁବକ ଜଣକ ଗାଁ ଗାଁ ବୁଲି ବିଭିନ୍ନ ଜିନିଷ ବିକ୍ରି କରୁଥିଲେ। ତାଙ୍କ ଘରେ ତାଙ୍କ ସ୍ତ୍ରୀ ସହିତ ତିନି ବର୍ଷ ର ଏକ ଶିଶୁ ପୁତ୍ର ମଧ୍ୟ ଅଛନ୍ତି। ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ