ଗହଣା ସଫେଇ ଆଳରେ ଜୈନିକ ବ୍ୟବସାୟୀଙ୍କ ଘରୁ ଲୁଟ୍।


କଳାହାଣ୍ଡି,୦୮/୦୬
ବାସନ କୁସନ, ସୁନା ରୂପା ସାମଗ୍ରୀ ସଫେଇ ଆଳରେ ଜୈନିକ ବ୍ୟବସାୟୀଙ୍କ ଘରୁ ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ଫେରାର ହୋଇ ଯାଇଥିବା ଘଟଣା ଦୃଷ୍ଟିକୁ ଆସିଛି।
ଆଜି ସକାଳେ ଧର୍ମଗଡ ର ମନୋଜ କୁମାର ଅଗ୍ରୱାଲ (କିରାନା ଷ୍ଟୋର) ଘରେ ନ ଥିବାର ସୁଯୋଗ ନେଇ ତାଙ୍କ ଘରକୁ ଦୁଇଜଣ ବ୍ୟକ୍ତି ଉଜାଲା କଂପାନୀ ରୁ ଆସିଥିବା ପରିଚୟ ଦେଇଥିଲେ।
ଘରେ ମନୋଜ ଙ୍କ ମାଆ ଓ ଭାତ୍ରୁ ବଧୂ ଥିଲେ।ବାସନ କୁସନ,ରୂପା ସାମଗ୍ରୀ ସଫେଇ କରିବାକୁ ସେମାନେ ଗୃହ କର୍ତ୍ତା ଙ୍କୁ ପ୍ରବର୍ତ୍ତାଇ ଥିଲେ। ତାଙ୍କର କଥାରେ ବିଶ୍ୱାସ କରି ମନୋଜ ଙ୍କ ମାଆ ଗହଣା ଦେଇଥିଲେ।ପରେ ଗରମ ପାଣି ଆଣିବାକୁ କହି ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ସେମାନେ ଫେରାର ହୋଇ ଯାଇଥିଲେ। ସେମାନଙ୍କ ର ଚିତ୍ର ସିସିଟିଭି ରେ କଏଦ୍ ହୋଇଛି। ଦୃର୍ବୁତ୍ତ ଦୁଇଜଣ ଧର୍ମଗଡର ଆଉ କିଛି ଘରକୁ ମଧ୍ୟ ଯାଇଥିବା ସୂଚନା ମିଳିଛି।ବ୍ୟବସାୟୀ ସଙ୍ଘ ପକ୍ଷରୁ ଏନେଇ ପୋଲିସ କୁ ସୂଚନା ଦିଆ ଯାଇଛି।