Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରେ ବୀର ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା କଲେଜ ଅଡିଟରିଅମରେ ଭାରତୀୟ ଜନତା ପାର୍ଟି ସମ୍ବଲପୁର ଜିଲ୍ଲା ପକ୍ଷରୁ ଆଜି ବୀର ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସମ୍ପାଦକ ବିଭୂତି କଲ୍ୟାଣ ପଟେଲଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ଏବଂ ନଗର ମଣ୍ଡଳ ସଭାପତି ପ୍ରାଣବନ୍ଧୁ ନାଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଣ୍ଡା ସମାଜର ସ୍ଥାନୀୟ ସଭାପତି ସହଦେବ ମୁଣ୍ଡା ବୀର ବିର୍ସା ମୁଣ୍ଡାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଜନ୍ମଦିନ ପାଳନ କରିବା ଏବଂ ତାଙ୍କ ଆଦର୍ଶରେ ସମାଜକୁ ପରିଚାଳିତ କରିବାକୁ ଆହ୍ୱାନ ଦେଇଥିଲେ।ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସାମାଜିକ କର୍ମୀ କରୁଣାକର କିସାନ ନିଶା ସେବନଠାରୁ ଦୂରରେ ରହି ଓଡ଼ିଶାର ବିକାଶରେ ସହଯୋଗ କରିବାକୁ ଆଦିବାସୀ ଭାଇ ଭଉଣୀମାନଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ସଭାନେତ୍ରୀ ଅନୁପମା ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଦିବ୍ୟରାଜ କିସାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କୁମାର କରଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ