ସ୍ନାନ ବେଦୀ ରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି।


କଳାହାଣ୍ଡି,୧୧/୦୬
ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା, ବର୍ଷକ ପରେ ସ୍ନାନ ବେଦୀ ରେ ଭକ୍ତ ଙ୍କୁ ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି।ସ୍ନାନ ପୂର୍ଣ୍ଣିମା ପାଇଁ ଜଗନ୍ନାଥ ସଂସ୍କୃତି ଓ ମନ୍ଦିର ରେ ଭାବ ଓ ଭକ୍ତିମୟ ପରିବେଶ ମଧ୍ୟରେ ଜଗନ୍ନାଥ ମନ୍ଦିରରେ ସକାଳୁ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି।କୋକସରା ବ୍ଲକ ର ସଦର ମହକୁମା କୁଞ୍ଜ ବିହାରୀ ଜଗନ୍ନାଥ ମନ୍ଦିର ରେ ସକାଳୁ ମହାପ୍ରଭୁଙ୍କ।ସକାଳ ନୀତି ସମାପନ ପରେ ଦିନ ୧୧ ଘଣ୍ଟା ସମୟରେ ସ୍ନାନ ବେଦୀ ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଗଜ ବେଶ ରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ। ମୁଖ୍ୟ ପଣ୍ଡିତ ପ୍ରଦୀପ ପାଟ୍ଟଯୋଶୀ,ଘନଶ୍ୟାମ ଶର୍ମା,ସୁଜିତ ପଣ୍ଡା ପ୍ରମୁଖ ମହାପ୍ରଭୁଙ୍କ ସ୍ନାନ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ। ସୁବାସିତ ୧୦୮ ଗରା ଜଳ ରେ ବିଗ୍ରହ ଙ୍କୁ ସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନାଦି କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ସ୍ନାନ ପୂର୍ଣ୍ଣିମା ରେ ଶତାଧିକ ଶ୍ରଦ୍ଧାଳୁ ମହିଳା, ପୁରୁଷ ମାନେ ଉପସ୍ଥିତ ରହି ସ୍ନାନ ବେଦୀ ରେ ଦର୍ଶନ କରି ପରିବାର ପାଇଁ ମଙ୍ଗଳ କାମନା କରିଥିଲେ। ମନ୍ଦିର କମିଟି ପକ୍ଷରୁ ସଭାପତି ଦୁର୍ଗା ପ୍ରଧାନୀ,ସମ୍ପାଦକ ନାରାୟଣ ପ୍ରଧାନୀ,ସୁନିଲ ପ୍ରଧାନୀ,କିଶନ ପଟ୍ଟନାୟକ, କ୍ଷୀରସିନ୍ଧୁ ନେଗି,ତୋଷନ ପ୍ରଧାନୀ,ପ୍ରଭାକର ପ୍ରଧାନୀ, ହେମନ୍ତ ପ୍ରଧାନୀ,ଗୋକୁଳ ଶବର, ରମେଶ ଶବର ପ୍ରମୁଖ ଉପସ୍ଥିତ ରହି ସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।