Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼ହଗାଁ ଓ ଆମପାଣି ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ, ଚାଷି ଙ୍କୁ ଉନ୍ନତ ଚାଷ ସମ୍ପର୍କରେ ବୈଷୟିକ ଜ୍ଞାନ ଦେଲେ ବୈଜ୍ଞାନିକ।

କଳାହାଣ୍ଡି,୧୧/୦୬
କୃଷି ଓ କୃଷକ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ପକ୍ଷରୁ ଦେଶ ର କୃଷି ଓ କୃଷକ ଙ୍କ ମାନଦଣ୍ଡ କୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ। ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ଚାଷି ମାନଙ୍କୁ ଉନ୍ନତ ମାନର କୃଷି ବୈଷୟିକ ଜ୍ଞାନ କୌଶଳ ବିକାଶ ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ୨୯ ମେ ରୁ ୧୨ ଜୁନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ରେ କୃଷି ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି। ଗୁରୁବାର କୋକସରା ବ୍ଲକ ଡ଼ହଗାଁ ଓ ଆମପାଣି ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠି କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଡ଼ହଗାଁ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବିଜେପି ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ପେକ୍ସ ସମ୍ପାଦକ ଡ଼ହଗାଁ କ୍ଷମାନିଧି ବାଗ, ପାଣି ପଞ୍ଚାୟତ ସମ୍ପାଦକ ଲଳିତ କୁମାର ମିଶ୍ର,ଏଡିଓ ସଞ୍ଜୟ କୁମାର ପାତ୍ର, ଚାଷି ବଳରାମ ପୁଝାରି,ପବିତ୍ର ରାଉତ, ଏଲ.ଆଇ ଗିରିଶ୍ୱର ସାହୁ, ଉଦ୍ୟାନ କୃଷି ଅଧିକାରୀ ସୌରଭ କୁମାର ପାଣିଗ୍ରାହୀ, କୃଷି ବୈଜ୍ଞାନିକ ଡ଼.ଶ୍ରଦ୍ଧା ମହାନ୍ତି, ତୁଳସୀ ମାଝୀ,ବିଶ୍ୱଜିତ ମହାନ୍ତି ଉପସ୍ଥିତ ରହି କୃଷି ବୈଜ୍ଞାନିକ ମାନେ ଉନ୍ନତ ମାନର କୃଷି ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ,ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ନେଇ ପରାମର୍ଶ ଦେଇଥିଲେ।
ସେହିପରି ଆମପାଣି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସମାଜସେବି ତିଲୋତ୍ତମା ନାଏକ, ପେକ୍ସ ସମ୍ପାଦକ ଆମପାଣି ବିକାଶ ରଞ୍ଜନ ପଣ୍ଡା,ଚାଷି ଉଦୟ ନାଥ ନାଏକ, ଗୋବର୍ଦ୍ଧନ ମାଝୀ,ଗୋକୁଳ ଚନ୍ଦ୍ର ଯୋଶୀ,କୃଷି ବୈଜ୍ଞାନିକ ଡ଼.ଶ୍ରଦ୍ଧା ମହାନ୍ତି,ଏଡିଓ ସଞ୍ଜୟ କୁମାର ପାତ୍ର, ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ ଉପସ୍ଥିତ ରହି ଚାଷି ଙ୍କୁ
ଉନ୍ନତ ମାନର କୃଷି ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ,ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ନେଇ ପରାମର୍ଶ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମ କୁ ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ କୃଷି ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ