Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲି ବୋଝେଇ ହାଇୱା ଧକ୍କା ରେ ମହିଷୀ ର ମୃତ୍ଯ ଅଭିଯୋଗ ନେଇ ଗରିଆମୁଣ୍ଡା ଗ୍ରାମବାସୀ ଙ୍କ ରାସ୍ତା ରୋକ

ବୀରମହାରାଜପୁର (ସୌମିତ୍ରି ମେହେର) ଆଜି ସୁବଳୟା ଥାନା ଅନ୍ତର୍ଗତ ଗରିଆମୁଣ୍ଡା ଛକ ରେ ଏକ ଅଜଣା ହାଇୱା ବାଲି ବୋଝେଇ ଧକ୍କା ଦେବାରୁ ଘଟଣା ସ୍ଥଳରେ ମହିଷୀଁ ଟି ମୃତ୍ୟୁବରଣ କରିଥିବା ବେଳେ ଗ୍ରାମବାସୀ ଉତ୍ତେଜିତ ହୋଇ ରାସ୍ତା ମଝିରେ ମହିଁଷି ଟିକୁ ରଖି ରାସ୍ତା ରୋକ କରିଥିଲେ I ଫଳରେ ବୀରମହାରାଜପୁର-ରେଢ଼ାଖୋଲ ମୁଖ୍ୟ ରାସ୍ତା ଟି କିଛି ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିବା ଜଣା ପଡିଛି l ଖବର ପାଇ ସୁବଳୟା ପୋଲିସ ଘଟଣା ସ୍ଥଳକୁ ପହଂଚି ଗ୍ରାମବାସୀଙ୍କୁ ବୁଝା ସୁଝା କରି ରାସ୍ତାରୋକ ହଟାଇ ଥିବାବେଳେ ଗ୍ରାମବାସୀଙ୍କ କହିବା ଅନୁସାରେ ବେନିୟମ ଭାବରେ ପିତାମହୁଲ ପଂଚାୟତ ଦୂରଦୁରା ଠାରୁ ଦିନ ବେଳା ଓ ରାତିବେଳା ହାଇୱା ଗୁଡିକ ବାଲି ଚୋରା ଚାଲାଣ ହେଉଥିବାରୁ ଡ୍ରାଇଭର ମାନେ ଦ୍ରୁତ ଗତିରେ ଗାଡି ଚଳାଇ ଛୁ ମାରୁଛନ୍ତି l ଯା ଫଳରେ ଏହିଭଳି ଦୁର୍ଘଟଣା ଘଟୁଛି l କେତେବେଳେ ମଣିଷ ମରିବେ ତାହା ଦେଖିବାକୁ ବାକି ଅଛି ବୋଲି ଅଂଚଳରେ ବୁଦ୍ଧିଜୀବୀ ମାନେ ବିରକ୍ତି ପ୍ରକାଶ କରିବା ସହିତ ତୁରନ୍ତ ସୁବର୍ଣ୍ଣପୁର ପ୍ରଶାସନ ହସ୍ତକ୍ଷେପ ଦାବି କରୁଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ