Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା: ଗ୍ରାମ୍ୟ ସମ୍ବଳ ବ୍ୟକ୍ତିଙ୍କ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ପଞ୍ଚାୟତ ସମିତି ଅନ୍ତର୍ଗତ ସମୁଦାୟ ୨୧ ଟି ପଂଚାୟତର ଗ୍ରାମ୍ୟ ସମ୍ବଳ ବ୍ୟକ୍ତିଙ୍କ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ମନରେଗା ସମେତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ବନ୍ଧିୟ ଯୋଜନାର ନୀତି ଏବଂ ଅଧିକାର ବିଷୟରେ ଟ୍ରେନିଂ ଦିଆଯାଇଥିଲା। ତତ ସହିତ ପଂଚାୟତରେ ଚାଲିଥିବା ବିଭିନ୍ନ ଗରିବୀ କଲ୍ୟାଣ ଯୋଜନା ଗୁଡିକର ସାମାଜିକ ସମୀକ୍ଷା ନିମିତ୍ତ ଟ୍ରେନିଂ ମଧ୍ୟ ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ମାନଙ୍କୁ ଦିଆଯାଇଥିଲା। ଟ୍ରେନର ଭାବରେ ଜିଲ୍ଲା ପରିଷଦର ଜିଲ୍ଲା ସାମାଜିକ ସମୀକ୍ଷକ ଆର୍ତତ୍ରାଣ ଶତପଥି, ବ୍ଲକ ସାମାଜିକ ସମୀକ୍ଷକ ସପନ ଭୋଳ, ସବ୍ୟସାଚୀ ପଣ୍ଡା ଏବଂ ବ୍ଲକର ଯନ୍ତ୍ରୀ ଓ ଯୋଗାଣ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ