ପ୍ରକୃତି ପ୍ରେମୀ ସତ୍ୟଜିତ ମଞ୍ଜିଗୋଳା ଫିଙ୍ଗି ଜଙ୍ଗଲ ବୃଦ୍ଧି ପାଇଁ କଲେ ପ୍ରୟାସ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯୁବସମାଜସେବୀ ତଥା ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆ ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ସହିତ ଜୈବ ବିବିଧତାର ଭାରସାମ୍ୟ ଉପରେ ଭିନ୍ନ ପ୍ରୟାସ କରିଆସୁଛନ୍ତି l ସତ୍ୟଜିତ ନିୟମିତ ପ୍ରତି ବର୍ଷ ମୌସୁମୀ ଆଗରୁ ଜଙ୍ଗଲ ବୃଦ୍ଧି ପାଇଁ ବିଭିନ୍ନ ଉପାୟରେ ଚାରାରୋପଣ , ମଞ୍ଜି ଗୋଳା ଫିଙ୍ଗିବା , ଯୁବବର୍ଗ ମାନଙ୍କୁ ସାଥିରେ ନେଇ ଖରା ଦିନରେ ସଂଗ୍ରହ ହୋଇଥିବା ମଞ୍ଜି ଗୁଡିକୁ ଖୋଲା ପଡିଆରେ, ଜଙ୍ଗଲ ମଧ୍ୟରେ, ପାହାଡ ପାଦ ଦେଶରେ ଫିଙ୍ଗିବା କାର୍ଯ୍ୟ କରି ଦିନକୁ ଦିନ ଜଙ୍ଗଲ ବୃଦ୍ଧିରେ ସହାୟକ ହୋଇଥାନ୍ତି l ଚଳିତ ବର୍ଷ ପ୍ରକୃତିପ୍ରେମୀ ସତ୍ୟଜିତ ସଂଗ୍ରହ କରିଥିବା ମଞ୍ଜି ତଥା ଜାମ୍ବୁ ,ଆମ୍ବ , ନିମ୍ୱ , ଧଉରା , କୁସୁମ , ଭଳି ବିଭିନ୍ନ ଗଛର ମଞ୍ଜି ଗୁଡିକୁ ମାଟି ଗୋଳା ଭିତରେ ଭରି ଖରାରେ ଶୁଖାଇକି ରଖିଥାନ୍ତି । ପୂର୍ବରୁ ମଞ୍ଜି ଗୋଳା ସବୁକୁ ଜଙ୍ଗଲ ମଧ୍ୟରେ, ପାହାଡ଼ ପାଦଦେଶରେ ଏବଂ ରାସ୍ତା ପାର୍ଶ୍ୱ ଖୋଲା ପଡିଆରେ, ଉଜୁଡା ଜଙ୍ଗଲ ମଧ୍ୟରେ ୨୫୦୦ ମଞ୍ଜିଗୋଳା ଫିଙ୍ଗିଛନ୍ତି । ଯାହାଫଳରେ ତାହା ବର୍ଷା ହେବା ପରେ ଆପେ ଆପେ ଅଂକୁରଗଦୋମ ହୋଇ ଗଛ ଉଠିବ l ସୁସ୍ଥ ପରିବେଶ ସହ ସୁସ୍ଥ ଜୀବନ ମନ୍ତ୍ରରେ ବ୍ରତୀ ପ୍ରକୃତିପ୍ରେମୀ ସତ୍ୟଜିତଙ୍କ ସବୁଜ ବନାନୀର ବୃଦ୍ଧି ଏବଂ ଯତ୍ନ ପ୍ରତି ପ୍ରୟାସ ସବୁବେଳେ ଜାରି ରହିଛି l ସତ୍ୟଜିତଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଉଛି l