Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୋକାରିଚଞ୍ଚରା ସୁରକ୍ଷା ପାଇଁ ୨୦ ତାରିଖରେ ଜନ ସଚେତନତା ଯାତ୍ରା କରିବ ସୁରକ୍ଷା ମଞ୍ଚ।

କଳାହାଣ୍ଡି,୧୬/୦୬
କଳାହାଣ୍ଡି ଜିଲ୍ଲାର ନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଅବସ୍ଥିତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ପରିଚାଳନା ନେଇ ବିଗତ ଶ୍ରୀରାମ ନବମୀ ମହୋତ୍ସବ ପୂର୍ବରୁ କମିଟି ଗଠନ କୁ ନେଇ ଦୁଇ କମିଟି ମଧ୍ୟରେ ବିବାଦ ଉପୁଜିଥିବା ବେଳେ ପୂର୍ବରୁ ଥିବା ଉନ୍ନୟନ କମିଟି କୁ ପ୍ରଶାସନ ଓ ଜଙ୍ଗଲ ବିଭାଗ ପକ୍ଷରୁ ନିଲମ୍ବନ କରି ଇଟିସି କମିଟି କୁ ମହୋତ୍ସବ ପାଳନ ଓ ଜଙ୍ଗଲ ସୁରକ୍ଷା ପାଇଁ ନୂତନ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି ଘଟଣା ପରେ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ବଞ୍ଚାଓ କମିଟି ପକ୍ଷରୁ ଏକ ବୈଠକ ଗତ ମେ ମାସ ୪ ତାରିଖରେ ଟେମରା ଗ୍ରାମ ରେ ଅନୁଷ୍ଠିତ ହୋଇ ନୂତନ ଭାବେ ଗଠିତ କମିଟି ର ସଭାପତି ଭାବେ ରାଜେନ୍ଦ୍ର ନାଏକ ଙ୍କୁ ମନୋନୀତ କରି ଡୋକରି ଚଞ୍ଚରା ସୁରକ୍ଷା ଓ ବ୍ଲକ ସ୍ତରୀୟ କମିଟି ଗଠନ ପାଇଁ ଦାୟିତ୍ୱ ହସ୍ତାନ୍ତର କରାଗଲା। ଏହି କମିଟି ସଭାପତି ଶ୍ରୀ ନାଏକ ଙ୍କ ନେତୃତ୍ୱରେ ଆସନ୍ତା ୨୦ ତାରିଖ ଶୁକ୍ରବାର ଦିନ ଡୋକରିଚଞ୍ଚରା ବଞ୍ଚାଓ ଆନ୍ଦୋଳନ ସଚେତନ ଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟଟନ ସ୍ଥଳୀ କୁ ଗୋଟିଏ ପଞ୍ଚାୟତ ରେ ସୀମିତ ନ ରଖି ୨୨ ପଞ୍ଚାୟତ ର ପ୍ରତିନିଧି ଙ୍କୁ ନେଇ ଏକ ବ୍ଲକ ସ୍ତରୀୟ କମିଟି ଗଠନ କରିବା ସହ ଇକୋ ଟୁରିଜମ ମାନ୍ୟତା,ପ୍ରାଗ ଐତିହାସିକ ଗୁଡ଼ହାଣ୍ଡି ଶିଳାଲିପି ର ସଂରକ୍ଷଣ,ସରକାରୀ ଅନୁଦାନ ର ଭିଜିଲାନ୍ସ ତଦନ୍ତ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ନିର୍ମାଣ, ସାହାଜଖୋଲ ଜଙ୍ଗଲ ସୁରକ୍ଷା, ବନୀକରଣ,ସଂରକ୍ଷିତ ଜଙ୍ଗଲ ରେ ମକା ମାଫିଆ ଙ୍କ ଦମନ ନେଇ ସଚେତନତା ସୃଷ୍ଟି ଅଭିଯାନ ରେ ସଚେତନ ଯାତ୍ରା କରିବା ନେଇ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ବଞ୍ଚାଓ କମିଟି ସଭାପତି ଶ୍ରୀ ରାଜେନ୍ଦ୍ର ନାଏକ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ