Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଇଭେଟ୍ ଓ ସରକାରୀ କର୍ମକର୍ତ୍ତାଙ୍କ ସହିତ କ୍ଷୁଦ୍ରଚାଷୀଙ୍କ ବଜାରିକରଣ ଓ ସମ୍ପର୍କ ସ୍ଥାପନ ବୈଠକ

ଗୋପାଳପୁର: ଏମ୍ଏସ ସ୍ଵମିନଥାନ ରିସର୍ଚ୍ଚ ଫାଉଣ୍ଡେସନ ଗ୍ରାମ ଜ୍ଞାନକେନ୍ଦ୍ର ଚିକରଡ଼ା ପକ୍ଷରୁ ଚିକରଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ବଜାରିକରଣ ବ୍ୟବସ୍ଥାରେ ସ୍ମାର୍ଟ ଟେକ୍ ଫାର୍ମରସ ପ୍ରଡୁସର କମ୍ପାନୀ ମାଧ୍ୟମରେ କରାଇବା ପାଇଁ ପ୍ରାଇଭେଟ୍ ଓ ସରକାରୀ ବିଭାଗୀୟ ଅଧିକାରୀ ସହିତ ଏକ ବୈଠକ ଆୟୋଜନ କରାଯାଇଥିଲା। ଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଯଥା କୃଷିବିଭାଗ ଉଦ୍ୟାନ, କୃଷି, ମାଛ ଚାଷକୁ ଆରଏମ୍ ସି ଦ୍ଵାରା ଇ ମାର୍କେଟିନଙ୍ଗ ବ୍ୟବସ୍ଥା କରିବା ସହଜ ଓ ସୁବିଧାରେ କୃଷି ଯନ୍ତ୍ରପାତି ସରକାରୀ ରିହାତି ମୁଲ୍ୟରେ ଚାଷୀଙ୍କୁ ଯୋଗାଇଦେବା, ସାର ଓ କୀଟନାଶକ ସରକାରୀ ମୁଲ୍ୟରେ ଇଫକୋ ଦ୍ଵାରା ଯୋଗାଣ କରିବା, ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ଵାରା ବିହନ ଯୋଗାଣ ବ୍ୟବସ୍ଥା କରାଇ ଚାଷୀ ମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉତ୍ତମ ବିକ୍ରିବଟା କରାଇ ଅଧିକ ମୂଲ୍ୟ ପାଇବା ପାଇଁ ଆଲୋଚନା କରାଗଲା।ଉକ୍ତ ବୈଠକରେ ଆର.ଏମ୍.ସି.ଦିଗପହଣ୍ଡି ସମ୍ପାଦକ ଅରୁଣ ମିଶ୍ର, ରଙ୍ଗେଇଲୁଣ୍ଡା ବ୍ଲକ ସହାୟକ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ମହାନ୍ତି, ସହାୟକ ଉଦ୍ୟାନ କୃଷି ଅଧିକାରୀ ଐଶ୍ୱଯ୍ୟା ପଣ୍ଡା, ସହାୟକ ମତ୍ସ୍ୟ ଅଧିକାରୀ ଦୀପ୍ତିମୟୀ ବେହେରା,ଇଫକୋ ର ମାର୍କେଟିଂ ଅଧିକାରୀ ସୌଭାଗ୍ୟ ପ୍ରଧାନ, ସଂସାରୀ ପ୍ରଧାନ, ରଶ୍ମି ଏଗ୍ରୋ ହଳଦିଆପଦର ସରକାରୀ କୃଷି ଯନ୍ତ୍ରପାତି ଡିଲର ରଶ୍ମି ରଞ୍ଜନ ଦାସ, ଓଡ଼ିଶା ରାଜ୍ୟ ବିହନ ନିଗମ ର ପରିଚାଳକ ସୁବାସ ବେହେରା ସମେତ ଅଂଚଳ ର ୬୦ଜଣ ମହିଳା ଓ ପୁରୁଷ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମକୁ ରବିନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ କର୍ମୀ ସୁନୀତା, ରାଜଲକ୍ଷ୍ମୀ ଓ ସନ୍ତୋଷ ପ୍ରମୁଖ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ