Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକଶିତ ଓଡିଶା ସଂକଳ୍ପ ସଭା ରେ ବିଜେପି ରେ ମିଶିଲେ ପୂର୍ବତନ କୋକସରା ବ୍ଲକ ଯାଦବ ସଭାପତି ।

କଳାହାଣ୍ଡି,୧୮/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା।ଧାନ ମଣ୍ଡି ରେ କୋକସରା ବ୍ଲକ ଭାରତୀୟ ଜନତା ଦଳ ପକ୍ଷରୁ ବିକଶିତ ଓଡିଶା ସଂକଳ୍ପ ସମାବେଶ କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ବିଜେପି ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ବାଗ,ଅପ୍ରେସ ସ୍ୱାଇଁ, ହିମାଂଶୁ ପଣ୍ଡା,ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା,ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର,ସୁଧୀର ପାତ୍ର, ଦୁର୍ଗା ପ୍ରଧାନୀ, ନୀଳକଣ୍ଠ ମାଝୀ, ଧନଞ୍ଜୟ ସାହୁ ଯୋଗ ଦେଇ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ସଂକଳ୍ପ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ବିଜେପିସରକାର ,ରାଜ୍ୟର ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ1ମାଝୀ ଙ୍କ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ କୋକସରା ବ୍ଲକ ର ପୂର୍ବତନ ଯାଦବ ସମାଜ ର ସଭାପତି ବିନୋଦ ବିହାରୀ ରାଉତ ବିଜେପି ଦଳ ରେ ଧର୍ମଗଡ଼ ବିଧାୟକ ଙ୍କ ହାତରୁ ବିଜେପି ଦଳ ର ଉତ୍ତରୀୟ ଗ୍ରହଣ କରି ବିଧିବଦ୍ଧ ଭାବେ ବିଜେପି ଦଳ ରେ ସାମିଲ ହୋଇଥିଲେ। ଆଗାମୀ ସମୟରେ ଦଳ ତାଙ୍କୁ ଯେଉଁ ଦାଇତ୍ୱ ଦେବ ସେ ଜଣେ ଶୃଙ୍ଗଳିତ କର୍ମି ଭାବେ ପାଳନ କରିବେ ଓ ଦଳ ପ୍ରତି ଆନୁଗତ୍ୟ ରଖି କାର୍ଯ୍ୟ କରିବେ ବୋଳି ନିଜ ପ୍ରତିକ୍ରିୟା ରେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ