Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଲ୍ଟ୍ରାଟେକ୍ ସିମେଣ୍ଟର ବିଲଡିଂ ସୋଲୁସନ୍ ଷ୍ଟୋର ଉଦଘାଟିତ।

କଳାହାଣ୍ଡି,୧୮/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଠାରେ ଅଲ୍ଟ୍ରାଟେକ୍ ସୋଲୁସନର ଏକ ଷ୍ଟୋର ଭୂବନେଶ୍ୱରୀ ଷ୍ଟେଲେନିଅମ ଠାରେ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଅଲ୍ଟ୍ରାଟେକ୍ ର ଡିଲର୍ ସୁଯଜ୍ଞ ପାଟ୍ଟଯୋଷୀଙ୍କ ବାପା ମିତ୍ରଭାନୁ ପାଟ୍ଟଯୋଷୀ ରିବନ କାଟି ଏହାର ଶୁଭ ଉଦଘାଟନ କରିଥିଲେ । ଏଥିରେ ଅଲ୍ଟ୍ରାଟେକ କମ୍ପାନୀର ଟିଏସଏମ୍ ଶୈଲେଶ କୁମାର, ସିଆରଏମ ସୁବ୍ରତ କୁମାର ଦାସ, ଟିଟିଏସଏମ୍ ସୁରମ୍ୟ ରଞ୍ଜନ ସାମଲ, ଟିଇ ସୁଶାନ୍ତ ସାହୁ ଓ ସୁରେଶ ଶତପଥି, ଏମ ଏଲ ସି ଆଶିଷ କୁମାର ରାଉତ, କ୍ଷୀତିଶ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ନୂତନ ଅଲ୍ଟ୍ରାଟେକ୍ ବିଲ୍ଡିଂ ସଲ୍ୟୁସନ୍ସ ଷ୍ଟୋରର ଶୁଭାରମ୍ଭ ସହିତ ଆମର ବିଶେଷଜ୍ଞମାନେ ଏବେ ଆପଣଙ୍କ ସେବାରେ ଓ ଭାରତର ନମ୍ବର ୱାନ ସିମେଣ୍ଟ କମ୍ପାନୀର ନିର୍ମାଣ ସାମଗ୍ରୀ ଫ୍ରାଞ୍ଚାଇଜ୍ ଷ୍ଟୋର, ‘ଅଲ୍ଟ୍ରାଟେକ୍ ବିଲ୍ଡିଂ ସଲ୍ୟୁସନ୍ସ’ ଆରମ୍ଭ କରି ଆନନ୍ଦିତ, ଯାହାର ବିଭିନ୍ନ ପ୍ରକାରର ଗୁଣାତ୍ମକ ଉତ୍ପାଦ, ନିର୍ମାଣ ସେବା ଏବଂ କଷ୍ଟମାଇଜ୍ଡ ସଲ୍ୟୁସନ୍ସ ଏକା ସାଥିରେ ଉପଳବ୍ଧ ହେବ ବୋଲି କହିଥିଲେ । ଏହି ନୂତନ ଷ୍ଟୋରର ଉଦଘାଟନୀ ସମାରୋହରେ ସ୍ଥାନୀୟ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ