Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଚନ୍ଦ୍ରପୁର ଶ୍ରୀ ଜଗନ୍ନାଥ ମନ୍ଦିରର ନୂତନ କର୍ମକର୍ତ୍ତା

କଳାହାଣ୍ଡି,୧୩/୦୫-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁରସ୍ଥିତ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠନ ପାଇଁ ଏକ ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ! କମିଟିର ବିଦାୟୀ ସଭାପତି ବୀରେନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଉମାଶଙ୍କର ବେହେରା, ସାଧାରଣ ସଂପାଦକ ଅକ୍ଷୟ କୁମାର ସାହୁ, କୋଷାଧ୍ୟକ୍ଷ ଚକ୍ରଧର ପଣ୍ଡା, ସଦସ୍ୟ ଭାବେ ଜଗନ୍ନାଥ ପଣ୍ଡା, ପ୍ରଭାତରଞ୍ଜନ ବେହେରା, ଜାନକୀ ଗଉଡ଼, ସୁଲୋଚନା ଭୋଇ, ସୁଷମା ବେହେରା, ଅଶୋକ ପୁରୋହିତ, କିଶୋର ପୁରୋହିତ, ସଞ୍ଜୀବ କୁମାର ପଣ୍ଡା, ନାରାୟଣ ବେହେରା, ମନୋଜ କୁମାର ବେହେରା, ସୁଶୀଲ କୁମାର ବାଗ, ହ୍ରୁଷିକେଶ ବଗର୍ତ୍ତି, ପ୍ରଦ୍ୟୁମ୍ନ ବେହେରା, ଶମ୍ଭୁପ୍ରସାଦ ସାହୁ, ସନକରାଜ ହୋତା, ଲମ୍ବୋଦର ପତି ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ