Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡ଼ହାଣ୍ଡି ଡୋକରିଚଞ୍ଚରା ସୁରକ୍ଷା ନେଇ ଗର୍ଜିଲେ ସୁରକ୍ଷା ମଞ୍ଚ କର୍ମକର୍ତ୍ତା,ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ।

କଳାହାଣ୍ଡି,୨୦/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ର ସୁରକ୍ଷା, ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦାବି, ଇକୋ ଟୁରିଜମ ମାନ୍ୟତା,ପ୍ରାଗ ଐତିହାସିକ ଗୁଡ଼ହାଣ୍ଡି ଶିଳାଲିପି ର ସଂରକ୍ଷଣ,ଭିତ୍ତିଭୂମି ବିକାଶ,ପରିଚାଳନା ପାଇଁ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡ ଗଠନ, ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମକା ମାଫିଆ ଙ୍କୁ ଦମନ,ରକ୍ଷଣାବେକ୍ଷଣ ପାଇଁ ଟ୍ରଷ୍ଟ କୁ ଦାୟିତ୍ୱ ହସ୍ତାନ୍ତର ଭଳି ଦାବି ସମୂହ କୁ ନେଇ ଗୁଡ଼ହାଣ୍ଡି, ଡୋକାରିଚଞ୍ଚରା ସୁରକ୍ଷା ମଞ୍ଚ ର ସଭାପତି ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ମହିଳା,ପୁରୁଷ ବଙ୍ଗୋମୁଣ୍ଡା ଛକ ରୁ ଏକ ବିରାଟ ଶୋଭାଯାତ୍ରାରେ ପର୍ଯ୍ୟଟନ ସ୍ଥଳୀ ର ସୁରକ୍ଷା ନେଇ ବିଭିନ୍ନ ନାରାବାଜି କରି କୋକସରା ବସଷ୍ଟାଣ୍ଡ ନିକଟରେ ଏକ ପଥପ୍ରାନ୍ତ ସଭା ରେ ସୁରକ୍ଷା ମଞ୍ଚ ର ସଭାପତି ରାଜେନ୍ଦ୍ର ନାଏକ ଙ୍କ ସଭାପତିତ୍ୱ ରେ ମଞ୍ଚ ରେ ପୂର୍ବତନ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଉନ୍ନୟନ କମିଟି ର ସଭାପତି ଭଦରେଶ୍ୱର ପାତ୍ର,ଶିକ୍ଷାବିଦ ଅଶୋକ କୁମାର ଦାସ,ସଚେତନ ନାଗରିକ ନିମାଇଁ ଚରଣ ଧଙ୍ଗଡାମାଝୀ, ମହିମା ପଞ୍ଚାୟତ ସମିତି ସଭ୍ୟ ଘନଶ୍ୟାମ ନାଏକ,ବିଜେପି ନେତା ଗରୁଡ ଧ୍ଵଜ ମାଝୀ ଓ ଅନ୍ୟ କର୍ମକର୍ତ୍ତା ମାନେ ପର୍ଯ୍ୟଟନ ସ୍ଥଳୀ ର ସୁରକ୍ଷା ଓ ପରିଚାଲନା କୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଦାବି ରଖିଛନ୍ତି। ପରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କୁ ଭେଟି ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୁରକ୍ଷା ମଞ୍ଚ ର ଏହି କାର୍ଯ୍ୟକ୍ରମ ରେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର,ମହିମା ସରପଞ୍ଚ ଇଶ ରାମ କୋଲଥିଆ,କୈଳାସ ଚଳାନ, ଶମ୍ଭୁ ମାଝୀ, ପବିତ୍ର ନାଏକ ଅନିରୁଦ୍ଧ ମାଝୀ, ଚକାଡୋଳା ପାତ୍ର,ଯତୀନ୍ଦ୍ର ମାଝୀ, ଲିଙ୍ଗରାଜ ଳଦୁଆ, ଘନଶ୍ୟାମ ନାଏକ, ଶ୍ୟାମ ସୁନ୍ଦର ନାଏକ, କ୍ଷୀରସିନ୍ଧୁ ହଂସ, ଦୁଷ୍ମନ୍ତ ପାତ୍ର, ହେମନ୍ତ କୁମାର ବାଣୁଆ ସମେତ ଶତାଧିକ ଜନ ସାଧାରଣ କାର୍ଯ୍ୟକ୍ରମ ରେ ସାମିଲ ରହି ପର୍ଯ୍ୟଟନ ସ୍ଥଳୀ ର ସୁରକ୍ଷା ଦାବି କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ