Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଓଦମନ ର ସମୀକ୍ଷା ପାଇଁ କଳାହାଣ୍ଡି ଗସ୍ତରେ ଓଡ଼ିଆ ପୋଲିସ ଏଡିଜି (ଅପ୍ରେସନ)

ଭବାନୀପାଟଣା ,କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ମାନଙ୍କର କାର୍ଯ୍ୟକଳାପ, ସେମାନଙ୍କ ଗତିବିଧ ଓ କାର୍ଯ୍ୟକଳପକୁ ଦୃଢ ହସ୍ତରେ ଦମନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟାନୁଷ୍ଠାନ, ମାଓ ଅଞ୍ଚଳର ସମସ୍ୟା ଓ ତାର ସମାଧାନ, ମାଓଦମନ ପାଇଁ ନିୟୋଜିତ
ସି.ଆର୍.ପି.ଏଫ୍.ଙ୍କ ସମସ୍ୟା ସହିତ ସି.ଆର୍.ପି.ଏଫ୍. ଓ ସ୍ଥାନୀୟ ପୋଲିସ ମଧ୍ୟରେ ସମନ୍ବୟ ଉପରେ ରହି ମାଓଦମନ କାର୍ଯ୍ୟ ଅଧିକ କ୍ରୀୟାଶିଳ ହେବା ଉପରେ ୧୨ ତାରିଖ ଦିନ ଓଡିଶା ପୋଲିସ ମହା ନିର୍ଦ୍ଦେଶକ (ଡି.ଜି.) ସୁନିଲ ବଂଶଲ ଓ ଅନ୍ୟ ଉଚ୍ଚ ପୋଲିସ ଅଧିକାରୀ କଳାହାଣ୍ଡି ଗସ୍ତରେ ଆସିବାର ଥିଲା ସେଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯିବା ସହିତ ଭବାନୀପାଟଣାସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟରେ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।କିନ୍ତୁ ଶେଷ ମୂହୁର୍ତ୍ତରେ ପୋଲିସ ମହାନିର୍ଦ୍ଦେଶକ ଙ୍କ ବଦଳରେ ପୋଲିସ ଏଡିଜି (ଅପ୍ରେସନ ) ଅମିତା ଠାକୁର ନିର୍ଦ୍ଦିଷ୍ଟ ସମୟର ୩ ଘଣ୍ଟା ବିଳମ୍ବ ଅର୍ଥାତ ଦିନ ୩.୩୦ ମିନିଟ ରେ ହେଲିକପ୍ଟର ରେ ଭବାନୀପାଟଣା ପୋଲିସ ରିଜର୍ଭ ପଡିଆରେ ଅବତରଣ କରିଥିଲେ । ସେଠାରେ ଜିଲ୍ଲାର ଉଚ୍ଚ ପୋଲିସ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ସମସ୍ତ କାର୍ଯ୍ୟର ସମିକ୍ଷା କରିଥିଲେ । ୧୨ତାରିଖ ଦିବା ୧୨ ଘଣ୍ଟା ୩୦ ମିନିଟ ସମୟରେ ଓଡିଶା ପୋଲିସ ମହା ନିର୍ଦ୍ଦେଶକ (ଡି.ଜି.) ସୁନିଲ ବଂଶଲ ଏବଂ ଆଇଜି (ଗୋଇନ୍ଦା) ସଂଜିବ ପଣ୍ଡା ଓ ଏଡିଜି (ଅପ୍ରେସନ ) ଅମିତା ଠାକୁର ସ୍ଵତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଭବାନୀପାଟଣା ପହଞ୍ଚିବାର ଥିଲା କିନ୍ତୁ ଶେଷମୂହୁର୍ତ୍ତରେ ପୋଲିସ ମହାନିର୍ଦ୍ଦେଶକ ଓ ଆଇଜି (ଗୋଇନ୍ଦା ) ଙ୍କ କଳାହାଣ୍ଡି ଗସ୍ତ ବାତିଲ ହୋଇଥିଲା ।ତାଙ୍କ ସ୍ଥାନରେ ପୋଲିସ ଏଡିଜି (ଅପ୍ରେସନ ) ଅମିତା ଠାକୁର ପହଞ୍ଚି ଥିଲେ । କଳାହାଣ୍ଡି ଏସ୍‌ପି ଡା. ଅଭିଳାଷ ଜୀ ଏବଂ କେସିଙ୍ଗା ଏସ୍‌ଡିପିଓ ରୋହିତ ବର୍ମା ଓ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ସ୍ଵାଗତ କରିଥିଲେ । ପରେ ପୋଲିସ ରିଜର୍ଭ ପଡିଆ କାର୍ଯ୍ୟାଳୟରେ ପୋଲିସ ଏଡିଜି (ଅପ୍ରେସନ ) ଅମିତା ଠାକୁର ସିଆରପିଏଫ ଅଧିକାରୀ , କଳାହାଣ୍ଡି ପୋଲିସ ଅଧିକାରୀ, ଫୋର୍ସ ଙ୍କ ସହିତ କଥା ହେବା ସହିତ ସେମାନଙ୍କ କାର୍ଯ୍ୟଶୈଳିକୁ ପ୍ରଶଂସା କରି ମନୋବଳ ବଢାଇଥିଲେ । ପରେ ରିଜର୍ଭ ପୋଲିସ କାର୍ଯ୍ୟାଳୟ ସଭାଗୃହ ରେ ଅନୁଷ୍ଠିତ ସମିକ୍ଷା ବୈଠକରେ ଜିଲ୍ଲାର ମାଓବାଦୀ ମାନଙ୍କର କାର୍ଯ୍ୟକଳାପ, ସେମାନଙ୍କ ଗତିବିଧ ଓ କାର୍ଯ୍ୟକଳପକୁ ଦୃଢ ହସ୍ତରେ ଦମନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟାନୁଷ୍ଠାନ, ମାଓ ଅଞ୍ଚଳର ସମସ୍ୟା ଓ ତାର ସମାଧାନ, ମାଓଦମନ ପାଇଁ ନିୟୋଜିତ ସି.ଆର୍.ପି.ଏଫ୍.ଙ୍କ ସମସ୍ୟା ସହିତ ସି.ଆର୍.ପି.ଏଫ୍. ଡିଭିଏଫ୍ , ଏସ୍ ଓ ଜି ଜବାନ ଓ ସ୍ଥାନୀୟ ପୋଲିସ ମଧ୍ୟରେ ସମନ୍ବୟ ଉପରେ ରହି ମାଓ ଦମନ କାର୍ଯ୍ୟ ଅଧିକ କ୍ରୀୟାଶିଳ ହେବା ଉପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପରେ ସେଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ପୋଲିସ ଏଡିଜି (ଅପ୍ରେସନ,) ପ୍ରକାଶ କରିଥିଲେ ଯେ, କଳାହାଣ୍ଡି ସମେତ ପଡୋଶୀ ଜିଲ୍ଲା ବଲାଙ୍ଗିର, ନୂଆପଡା, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ମାଓ ସଂଗଠନର କାର୍ଯ୍ୟକଳାପ, ପୋଲିସର କାର୍ଯ୍ୟାନୁଷ୍ଠାନ ସହିତ ମାଓବାଦୀଙ୍କୁ ଦୃଢ ହସ୍ତରେ ଦମନ କରାଯିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ବିଭିନ୍ନ ମାଓ ସଂଗଠନରେ କାର୍ଯ୍ୟ କରୁଥିବା ମାଓ ନେତା ଓ କ୍ୟାଡର ମାନେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତିକୁ ଆପଣେଇ ତୁରନ୍ତ ଅସ୍ତ୍ରବିରତୀ କରିବା ସହିତ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ସରକାରଙ୍କର ବହୁ ସୁବିଧା ସୁଯୋଗ ସେମାନେ ପାଇପାରିବେ । ଯଦି ସେମାନେ ଆତ୍ମସମର୍ପଣ ନ କରନ୍ତି ସେମାନଙ୍କୁ ନିପାତ କରିବା ପାଇଁ ଆଗାମି ଦିନରେ ଓଡିଶା ସମେତ ପଡୋଶୀ ରାଜ୍ୟ ମିଳିତ ଭାବେ କଡା କଡି ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଠାକୁର କଡା ଚେତାବନୀ ଦେଇଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟସ୍ଥିତ ଦକ୍ଷିଣ ଓ ପଶ୍ଚିମ ରେଞ୍ଜ ଡିଆଇଜି ରାଜେଶ ପଣ୍ଡିତ, ସିଆରପିଏଫ ଅଜିତ ସଙ୍ଗେଔନ ,ପଙ୍କଜ ଏବଂ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ ଏମ୍ ଏବଂ କେସିଙ୍ଗା ଏସ୍‌ଡିପିଓ ରୋହିତ ବର୍ମା ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ