Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ କେନ୍ଦୁଗୁଡା ଗୌନ୍ତିଆ ଙ୍କ ପରଲୋକ, ଅଞ୍ଚଳ ରେ ଶୋକ ର ଛାୟା।

କଳାହାଣ୍ଡି,୨୨/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମ ର ଗୌନ୍ତିଆ ବିରଞ୍ଚି ନାରାୟଣ ପଣ୍ଡା(୬୫) ଙ୍କ ଶନିବାର ରାତିରେ କେନ୍ଦୁଗୁଡା ସ୍ଥିତ ବାସଭବନ ରେ ପରଲୋକ ଗମନ ହୋଇଛି। ସେ କିଛି ମାସ ହେବ ଅସୁସ୍ଥତା କାରଣରୁ ଘରେ ଚିକିତ୍ସିତ ହେଉଥିଲେ। ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ସହ ନବେ ଦଶକରେ କାଉଡୋଳା ପଞ୍ଚାୟତର ସରପଞ୍ଚ ରହିବା ସହ, ପୂର୍ବତନ କୋକସରା ଜୋନ- ୧ ର ଜିଲ୍ଲା ପରିଷଦ,। ପୂର୍ବତନ କ୍ଷୁଦ୍ର ଜଳସେଚନ ବିଭାଗର ପାଣି ପଞ୍ଚାୟତର କଳାହାଣ୍ଡି ଜିଲ୍ଲା ସଭାପତି, ଧର୍ମଗଡ କାର୍ଡ ବ୍ୟାଙ୍କ ଓ ଏଲ ଡି ବି ବ୍ୟାଙ୍କର ସଭାପତି, କେନ୍ଦୁପତ୍ର ବିଭାଗର ଲଡୁଗାଁ ରେଞ୍ଜ ଅଞ୍ଚଳରେ ୨ଥର ସଭାପତି ଭାବେ ରହିଥିଲେ। ଆମପାଣି ପେକ୍ସରେ ଲଗାତାର ୭ ଥର ସଭାପତି ଥିବା ବେଳେ ବର୍ତ୍ତମାନ ମଧ୍ୟ ସଭାପତି ଭାବେ ରହିଥିଲେ। କାଉଡୋଳା ପଞ୍ଚାୟତ ହାଇସ୍କୁଲ, ବଡ ପୋଡାଗୁଡା ପଞ୍ଚାୟତ ହାଇସ୍କୁଲ ରଏନଗୁଡା ଓ ମହିମା ଗ୍ରାମ ପଞ୍ଚାୟତ ହାଇସ୍କୁଲ ଡୁଡୁକାଠେଙ୍ଗା, ରଏନଗୁଡା ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସେ ଅହରହ ଉଦ୍ୟମ କରିଥିଲେ। ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବେ ଅଞ୍ଚଳରେ ସୁନାମ ଅର୍ଜନ କରି ସବୁବେଳେ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ଆଗରେ ଠିଆ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପରେ ତାଙ୍କ ବାସଭବନରେ ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ, ବିଶିଷ୍ଟ ବ୍ୟକ୍ତି ବିଶେଷ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ତାଙ୍କ ଶବଧାର ରେ ଶତାଧିକ ଲୋକ ସାମିଲ ହୋଇଥିବା ବେଳେ ତାଙ୍କ ପୁଅ ଅମରଜ୍ୟୋତି ପଣ୍ଡା ଓ ସାନ ଭାଇ ଲକ୍ଷ୍ମୀ ନାରାୟଣ ପଣ୍ଡା ମୁଖାଗ୍ନି ଦେଇଥିଲେ। ତାଙ୍କର ବିୟୋଗ ଏ ଅଞ୍ଚଳ ପାଇଁ ଏକ ଅପୁରଣୀୟ କ୍ଷତି ହୋଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ