Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ଅଭିଯୋଗ ଶୁଣିଲେ ସମାଧାନ ପାଇଁ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଲେ।

କଳାହାଣ୍ଡି,୨୩/୦୬
କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ବ୍ଲକ ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜନ ହେଉଥିବା ବେଳେ ସୋମବାର କୋକସରା ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି। କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା, ଧର୍ମଗଡ଼ ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି,ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଅଧିକାରୀ ସିଡିଓ ଦୟାମୟ ପାଢ଼ୀ, କୋକସରା ତହସିଲଦାର କ୍ଷୀରୋଧ ନାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ପୁର୍ତ୍ତ ବିଭାଗ, ସାମାଜିକ ସୁରକ୍ଷା, ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ପଞ୍ଚାୟତ ବିଭାଗ, ସମନ୍ୱୟ ଶିଶୁ ପ୍ରକଳ୍ପ ବିଭାଗ, ଜଳସେଚନ ବିଭାଗ, ବିଦ୍ୟୁତ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ସମାଜ ମଙ୍ଗଳ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ ସମେତ ଅନ୍ୟ ବିଭାଗର ଜିଲ୍ଲା ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏହି ଅଭିଯୋଗ ଶୁଣାଣି ଶିବିରରେ କୋକସରା ବ୍ଲକର ୨୨ ପଞ୍ଚାୟତରୁ ୫୩ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ୩୦ ଗୋଟି ସାମୁହିକ ୨୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ପଞ୍ଜିକୃତ ହୋଇଛି।
ଜିଲ୍ଲାପାଳ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବା ସହ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ସମାଧାନ କରିବାକୁ ଘଟଣାସ୍ଥଳରେ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ କୋକସରା ସଚେତନ ନାଗରିକ ମଞ୍ଚ ପକ୍ଷରୁ କୋକସରା ଠାରେ ନିର୍ମାଣଧୀନ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା,ପ୍ରସ୍ତାବିତ ଆଦର୍ଶ ଶ୍ମଶାନ ନିର୍ମାଣ ପ୍ରକ୍ରିୟା ଆରମ୍ଭ,ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ,ପୁଲିସ ପେଟ୍ରୋଲିଂ କଡାକଡି କରିବା ନେଇ ଅଭିଯୋଗ,ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଦୁଇ ଦୁଇଟି ପ୍ରକଳ୍ପ ନିର୍ମାଣ ପରେ ମଧ୍ୟ ବୈଷୟିକ ତୃଟି କାରଣରୁ ଜଳ ଯୋଗାଣ ବ୍ୟାହତ ବୈଷୟିକ କ୍ଷମତା ସମ୍ପନ୍ନ ଅଧିକାରୀଙ୍କ ଦ୍ବାରା ଅନୁସନ୍ଧାନ କରି ସ୍ଥାୟୀ ସମାଧାନ, ଆବସିକ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠ,ଗୁଡ଼ହାଣ୍ଡି ସୁରକ୍ଷା ମଞ୍ଚ ପକ୍ଷରୁ ସଭାପତି ରାଜେନ୍ଦ୍ର ନାଏକ ଡୋକାରିଚଞ୍ଚରା ର ଭିତ୍ତିଭୂମି ବିକାଶ ଓ ପରିଚାଳନା ପାଇଁ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡ ଗଠନ ଭଳି ଦାବି ପ୍ରମୁଖ ରହିଥିଲା। କାର୍ଯ୍ୟକ୍ରମକୁ ବ୍ଲକ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଜିପିଡ଼ିଓ ରାଜେନ୍ଦ୍ର ପାତ୍ର ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା, ଅଜୟ ସେନାପତି, ଏପିଓ କ୍ଷିତଶ ବେହେରା ସମେତ ବ୍ଲକ କର୍ମଚାରୀ ମାନେ ରହି ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ