Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଆବାସିକ ବିଦ୍ୟାଳୟରେ ସନ୍ତାନ ଲାଳନ ପାଳନ କଳା ସମ୍ପର୍କିତ କର୍ମଶାଳା ।

କଳାହାଣ୍ଡି,୨୪/୦୬
ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟରେ ଅଭିଭାବକ ମାନଙ୍କୁ ନେଇ ସାଂପ୍ରତିକ ସମାଜରେ ସନ୍ତାନ ମାନଙ୍କ ଲାଳନ ପାଳନ କଳା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ କର୍ମଶାଳା ରେ ଜେସିଆଇ ଡ଼ ରାମଲକ୍ଷ୍ମୀ ପ୍ରଫେସର୍ ହିନ୍ଦୀ ବିଭାଗ କମଳା ନେହେରୁ ବିଶ୍ବ ବିଦ୍ୟାଳୟ, ଭୁବନେଶ୍ୱର ତାଲିମ ଦାତ୍ରୀ ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ , ଭବାନୀପାଟଣା ନିର୍ଦ୍ଦେଶକ ଡି ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି ରାମ କୁମାର , ଶିକ୍ଷା ପ୍ରଭାରୀ ଡି ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ଜେନେରାଲ ମ୍ୟାନେଜର ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ବହୁ ସଂଖ୍ୟାରେ ଅଭିଭାବକ ଯୋଗ ଦେଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଅଧ୍ୟକ୍ଷା ଆରତୀ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ ମୁଖ୍ୟ ଅତିଥି ତଥା ତାଲିମ ଦାତ୍ରୀ ଡ଼ ରାମଲକ୍ଷ୍ମୀଙ୍କ ପ୍ରୋଫାଇଲ୍ ପାଠ କରିଥିଲେ । ଉକ୍ତ କର୍ମଶାଳାରେ ଅନେକ ଅଭିଭାବକ ପ୍ରଶ୍ନୋତ୍ତର ଓ କ୍ରିୟା କଳାପ ରେ ଅଂଶଗ୍ରହଣ କରି ଅନେକ ପ୍ରକାରର ନୂତନ ଜ୍ଞାନ କୌଶଳ ଶିକ୍ଷା କରିଥିବାର ପ୍ରକାଶ କରିଥିଲେ । ଶେଷରେ ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଦିବସର ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ସମସ୍ତ ହଷ୍ଟେଲ ଛାତ୍ର ଛାତ୍ରୀଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟାୟରେ ଡ଼ ରାମଲକ୍ଷ୍ମୀ ଛାତ୍ର ଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ କେଉଁ ସବୁ ଦିଗ ଉପରେ ଧ୍ୟାନ ଦେବାକୁ ହେବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଶ୍ନୋତ୍ତର ଓ କ୍ରିୟା କଳାପ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଉକ୍ତ ଅଧିବେଶନରେ ଦ୍ଵିତୀୟ ଶ୍ରେଣୀରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ତାଲିମରେ ଅଂଶ ଗ୍ରହଣ କରି ଶିକ୍ଷା ଗ୍ରହଣ କରିଥିଲେ ଯାହାକି ଆଗାମୀ ଦିନରେ ତାଙ୍କୁ ବହୁ ମାତ୍ରାରେ ସହାୟକ ହେବ ବୋଳି ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ