Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁଣ୍ଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ପାଣି କାଦୁଅ କର୍ଦ୍ଧମାର୍ଦ୍ଧ ରାସ୍ତା,ମରାମତି ଦାବି।

କଳାହାଣ୍ଡି,୨୪/୦୬
ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଗ୍ରାମାଞ୍ଚଳ ର ଭିତ୍ତିଭୂମି ଉନ୍ନତି ପାଇଁ ଅନୁଦାନ ପଞ୍ଚାୟତ କୁ ଯୋଗାଇ ଦେଉଥିବା ଅଭିଯୋଗ ଖୋଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ର ଅବସ୍ଥା ବେହାଲ ହୋଇ ପଡିଛି। ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି କୋକସରା ବ୍ଲକ୍, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ । ପଞ୍ଚାୟତ ଦେଇ ଯାଉଥିବା ବଜାର ରାସ୍ତା ବର୍ଷା ପାଣି ଜମି କାଦୁଅ ରେ କର୍ଦ୍ଧମାର୍ଦ୍ଧ ହୋଇ ଯାତାୟାତ ରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖୁଣ୍ଟିଆ ପଟରୁ ଆସୁଥିବା ଏହି ରାସ୍ତା ଆଗକୁ ଗଲେ ବିଜୁ ଏକ୍ସପ୍ରେସ ୱେ କୁ ସଂଯୋଗ କରୁଛି। ବିଜୁ ଏକ୍ସପ୍ରେସ ୱେ ର ଉତ୍ତରକୁ ଧର୍ମଗଡ ,ଦକ୍ଷିଣକୁ ଆମପାଣି,ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ପଶ୍ଚିମକୁ ପଡୋଶୀ ରାଜ୍ୟ ଛତିଶଗଡ଼କୁ ସଂଯୋଗ କରୁଛି। ଏଣୁୁ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରିବା ସହ ଅନେକ ଗାଡ଼ି ମୋଟର ଏହି ରାସ୍ତା ଦେଇ ଯିବା ଆସିବା କରୁଛି। ପାଖରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଥିବାରୁ ଅନେକ ଛାତ୍ର ଛାତ୍ରୀ ମାନେ ମଧ୍ଯ ଏ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି।ସପ୍ତାହକୁ ଥରେ ଏହି ଗ୍ରାମ ପଞ୍ଚାୟତ ସମ୍ମୁଖ ମିର୍ଜାପୁର ଛକରେ ବଜାର ବସୁଥିବାରୁ ଆଖ ପାଖ ଅଞ୍ଚଳର ଲୋକମାନେ , ବ୍ୟବସାୟୀ ବଜାରକୁ ଆସୁଥିବା ସହ ଏ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ଜନ ପ୍ରତିନିଧି ମାନେ ମଧ୍ଯ ଏ ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ ଦେଖି ନୀରବ ଦ୍ରଷ୍ଟା ସାଜିଛନ୍ତି। ଏଣୁ ପଞ୍ଚାୟତ ପ୍ରଶାସନ କିମ୍ବା କୋକସରା ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ଶୀଘ୍ର ମରାମତି କରିବାକୁ ସାଧାରଣ ରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ