Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ରେ ସ୍ମୃତି ଚାରଣ କଲେ ଆମପାଣି।ମଣ୍ଡଳ ବିଜେପି କର୍ମକର୍ତ୍ତା।

କଳାହାଣ୍ଡି,୨୪/୦୬
ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ଭାରତୀୟ ଜନତା ପାର୍ଟି ଆମପାଣି ମଣ୍ଡଳ ପକ୍ଷରୁ ଡେଙ୍ଗାଗୁଡା ଧାନ ମଣ୍ଡି ଠାରେ ଜନ ନାୟକ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସ୍ମୃତି ଚାରଣ ସଭା ରେ ଉପସ୍ଥିତ କର୍ମକର୍ତ୍ତା ମାନେ ଡ଼. ମୁଖାର୍ଜୀ ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ଙ୍କ ସଭାପତିତ୍ୱ ରେ ବରିଷ୍ଠ ନେତା ଗରୁଡ଼ ଧ୍ଵଜ ମାଝୀ, ନକୁଳ ନାଏକ,ସାଧାରଣ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୁଝାରି, ତୁଲାରାମ ନାଏକ, ଚକ୍ରଧର ବେଶ୍ରା, ମକରନ୍ଦ ବାଗ, ସନାତନ ସୁନାନୀ, ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା,ନାରିନେତ୍ରୀ ଧରିତ୍ରୀ ବାଗ, ପ୍ରାଞ୍ଜଳି ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଡ଼. ମୁଖରେ ଙ୍କ ସ୍ମୃତି ଚାରଣ ସହ ତାଙ୍କ ଦେଇଥିବା ମାର୍ଗ ଦର୍ଶନ ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ