ରଥଯାତ୍ରା ୨୦୨୫: ୮ଟି ଭାଗରେ ସୁରକ୍ଷା ବ୍ୟବସ୍ଥା ବିଭକ୍ତ


ପୁରୀ: ପୁରୀ ପୋଲିସ ତରଫରୁ ରଥଯାତ୍ରା ୨୦୨୫ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ ହୋଇଥିବା ବେଳେ ଟ୍ରାଫିକ୍, ମନ୍ଦିର ଇନର୍ , ଇନର୍ କର୍ଡ଼ନ, କ୍ରାଉଡ କଣ୍ଟ୍ରୋଲକୁ ନେଇ ବ୍ୟବସ୍ଥା କରାଯାଇଛି।

ନୂଆକରି Integrated command and control ରୁମ୍ ବ୍ୟବସ୍ଥା ହୋଇଛି । ୨୭୫ ଟି Ai enabled cctv ନଜରରେ ରହିଛି ଶ୍ରୀକ୍ଷେତ୍ର। ଉତ୍ତରାରୁ ପୁରୀ, ପୁରୀରୁ କୋଣାର୍କ ସିସିଟିଭି ଆଚ୍ଛାଦିତ ରହିବ। ଟ୍ରାଫିକ ମୋମେଣ୍ଟ ପାଇଁ ସ୍ବତନ୍ତ୍ର ପ୍ଲାନ୍ ରହିବ। Anti drone, Anti sabotage, Dog squad ଏବଂ ପ୍ରାୟ ୨୦୦ ପ୍ଲାଟୁନ ମୁତୟନ ହୋଇଛନ୍ତି। Bsf, crpf, rafକୁ ମିଶାଇ ୮ company ଫୋର୍ସ ରହିବେ। Sea side ସୁରକ୍ଷା ପାଇଁ marine, Coast guard, Navy ମିଳିତ ପାଟ୍ରୋଲିଂ କରିବେ। Arial survey ହେବା ସହ ଆକାଶ ମାର୍ଗରୁ ତୀକ୍ଷ୍ମ ନଜର ରଖାଯିବ। ଆଜି Traffic advisory ମଧ୍ୟ ଜାରି ହୋଇଛି। Real time parking, ରୁଟ ମ୍ୟାପ ପାଇଁ chatbot ଆପ ବ୍ୟବସ୍ଥା ହୋଇଛି। Safe and secure ରଥଯାତ୍ରା ପାଇଁ ପୋଲିସ ତରଫରୁ ହୋଇଛି ବ୍ୟାପକ ବ୍ୟବସ୍ଥା।

ସେହିପରି ୧୦ ହଜାର ପୋଲିସ, capf, ହୋମ ଗାର୍ଡ ମୁତୟନ ରହିବେ। Larger assessment କରାଯାଇ ପ୍ରଥମ ଥର Nsg snipers ମୁତୟନ ରହିବେ DGP ୱାଇ ବି ଖୁରାନିଆ।