ମହାଲିଙ୍ଗ କଲେଜ ହଷ୍ଟେଲରୁ ଯୁବକ ନିଖୋଜ ଥାନାରେ ଅଭିଯୋଗ।


କଳାହାଣ୍ଡି,୨୫/୦୬
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚନାମୁଣ୍ଡା ଗ୍ରାମ ର ସୁରେନ୍ଦ୍ର ରଣା ଙ୍କ ପୁଅ ତ୍ରିନାଥ ରଣା (୨୧) ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ କଲେଜ ରେ ଯୁକ୍ତ ତିନି ରେ ପାଠ ପଢ଼ୁଥିବା ବେଳେ ଗତ କାଲି ସକାଳ ରୁ ଛାତ୍ର ହଷ୍ଟେଲରୁ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ଛାତ୍ରଙ୍କ ବାପା କେଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଛାତ୍ରଙ୍କ ବାପା ସୁରେନ୍ଦ୍ର ରଣାଙ୍କ ଅଭିଯୋଗରୁ ମତେ ତାଙ୍କ ପୁଅ ତ୍ରିନାଥ ରାଣା ମହାଲିଙ୍ଗ ବିଜ୍ଞାନ କଲେଜରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଭାବେ କଲେଜର ହଷ୍ଟେଲରେ ରହି ପଢୁଥିଲେ । ଗତକାଲି ଅପରାହ୍ନ ୪ ଘଣ୍ଟା ସମୟରେ ତାର ହଷ୍ଟେଲରେ ରହୁଥିବା ସାଙ୍ଗମାନେ ତ୍ରିନାଥ ସକାଳ ୫ ଘଣ୍ଟା ସମୟରୁ ନିଖୋଜ ଥିବା ନେଇ ପରିବାର ଲୋକଙ୍କୁ ଫୋନ୍ କରିଥିଲେ । ପରିବାର ଲୋକେ ମହାଲିଙ୍ଗ ତଥା ଅନେକ ସ୍ଥାନରେ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ଖବର ନମିଳିବାରୁ ଆଜି ଛାତ୍ରଙ୍କ ବାପା ସୁରେନ୍ଦ୍ର ରଣା କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । କେଗାଁ ଥାନା କେସ ନମ୍ୱର ୩୪/୨୫ରେ ଏକ ନିଖୋଜ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି କେଗାଁ ପୋଲିସ ।ଏନେଇ କଲେଜ ପରିସରରେ କେଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଅନ୍ୟପଟେ ପରିବାର ବର୍ଗ କଲେଜ କର୍ତ୍ତୃପକ୍ଷ ଙ୍କୁ ଦାୟୀ କରିଛନ୍ତି ।