Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ଦାବୀ ରେ ଛାତ୍ର ଛାତ୍ରୀ ଙ୍କ ରାସ୍ତା ରୋକ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ ଶିକ୍ଷକ ଦାବୀ ରେ ଛାତ୍ର ଛାତ୍ରୀ ରାସ୍ତା ରୋକ କରିଥିଲେ। ରେଙ୍ଗାଲି ର ସର୍ବ ପୁରାତନ ପ୍ରାଥମିକ ବିଦ୍ୟାଳୟ ହେଉଛି ଷ୍ଟେସନ ବସ୍ତି ପ୍ରାଥମିକ ବିଦ୍ୟାଳୟ। ଏବେ ଶିକ୍ଷକ ଅଭାବ ରୁ ଏହି ବିଦ୍ୟାଳୟରେ ପାଠ ପଢୁଥିବା ପିଲା ମାନେ ଶିକ୍ଷାଦାନ ରୁ ବଞ୍ଚିତ ହେଉଛନ୍ତି। ସୂଚନାଯୋଗ୍ୟ ଉକ୍ତ ସ୍କୁଲ ରେ 164 ଜଣ ପିଲା ପାଠ ପଢୁଛନ୍ତି। ସରକାରୀ ନିୟମ ଅନୁଯାୟୀ 30 ଜଣ ପିଲା ରେ ଜଣେ ଶିକ୍ଷକ ରହିବା କଥା କିନ୍ତୁ ଏବେ ସ୍କୁଲ ରେ 3 ଜଣ ସ୍ଥାୟୀ ଶିକ୍ଷକ ଥିବା ବେଲେ 2 ଜଣ ଶିକ୍ଷକ ଡେପୁଡ଼େଶନ ରେ ଆସିଥିଲେ। ଏବେ ଡେପୁଦେଶନ ରେ ଆସିଥିବା ଶିକ୍ଷକ ଦୁଇଜଣଙ୍କୁ ସେମାନଙ୍କ ପୁରୁଣା ସ୍କୁଲ କୁ ପୁଣି ଫେରାଇ ନିଆଯାଇଛି। ଏ ନେଇ ସ୍କୁଲ ର ଅଭିଭାବକ ମାନେ ବହୁ ବାର ଗୋଷ୍ଠୀ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଅବଗତ କରିଥଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ବାଧ୍ୟ ହୋଇ ଆଜି ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ରେଙ୍ଗାଲି ମହାବୀର ଛକ ରୁ ବ୍ଲକ କୁ ସଂଯୋଗ କରୁଥିବା ରାସ୍ତା କୁ ପ୍ରାୟ ଦୁଇ ଘଣ୍ଟା ଅବରୋଧ କରିଥିଲେ। ପରେ ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଜୀବନ କିଶୋର ବରୁଆ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମହେନ୍ଦ୍ର ବାଗ ଘଟଣା ସ୍ଥଳକୁ ପହଞ୍ଚି ଆନ୍ଦୋଳନ ରତ ଅଭିଭାବକ ଙ୍କ ଶହ ଆଲୋଚନା କରିଥିଲେ। ଡେପୁଡେଶନ ରେ ଥିବା ଶିକ୍ଷକ ପୁଣି ଏହି ସ୍କୁଲ ରେ ରହିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଶିକ୍ଷା ହେଉଛି ପ୍ରତ୍ୟେକ ବ୍ୟକ୍ତି ର ମୌଳିକ ଅଧିକାର। ଏହି ଶିକ୍ଷା କୁ ପାଇବା ପାଇଁ କୁନି ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କରିବା ଆଶ୍ଚର୍ଯ୍ୟ କରୁଛି। ଆଜିର ଏହି ଆନ୍ଦୋଳନକୁ ରେଙ୍ଗାଲି ଗ୍ରାମବାସୀ ମଧ୍ୟ ସମର୍ଥନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ