Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛତା ଉପକରଣ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ।

କଳାହାଣ୍ଡି,୨୮/୦୬
ଏସବିଆଇ ଓ ରାମକି ଫାଉଣ୍ଡେସନ ତରଫରୁ ପରିବେଶ କୁ ସଫା ସୁତୁରା ରଖିବା ପାଇଁ ନିରନ୍ତର ଉଦ୍ୟମ କଳାହାଣ୍ଡି ଜିଲ୍ଲାରେ ଜାରି ରଖିଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଏବଂ ସ୍ଵଚ୍ଛତା ଉପରେ ସଚେତନତା କରି ଆସୁଛି। କେସିଙ୍ଗା ନଗରପାଲିକା ଅଧିନସ୍ଥ୍ ୱାର୍ଡ ନୁମ୍ବର ୦୮ ର ସ୍ମାର୍ଟ କଲୋନୀ ରେ ନାହାରପାଳିକା ର ସ୍ଵଚ୍ଛତା ନିରୀକ୍ଷକ ଶ୍ରୀଯୁକ୍ତ ଆକୁଲ ନାୟକ ଙ୍କ ଦ୍ୱାରା ନଗରପାଳିକା ର ସଫେଇ କର୍ମଚାରୀ ଙ୍କୁ ବର୍ଷା କୁ ଦୃଷ୍ଟି ରେ ରଖି ରେନକୋଟ ସେଫ୍ଟି ଜୋତା ଓ ହେଣ୍ଡଗ୍ଲୋବ ଆଦି ଉପକରଣ ସ୍ୱଛ ଭାରତ ଅଭିଜାନ ମାଧ୍ୟମ ରେ ରାମକୀ ଫାଉଣ୍ଡେସନ ଦ୍ୱାରା ବଣ୍ଟନ କରାଯାଇଛି | ମୁନିସିପାଲଟି ର ଅନ୍ୟାନ୍ୟ କର୍ମଚାରି ଙ୍କ ସହିତ ରାମକି ଫାଉଣ୍ଡେସନ ର ପିସି ଡାକ୍ତର ବିମଳ ଚରଣ ଷଡଙ୍ଗୀ, ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରା, ଷ୍ଟାଫ ନର୍ସ ପଙ୍କଜିନି ରଣା ଏଲଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ, ଲିଙ୍ଗରାଜ ସ୍ୱାଇଁ ପ୍ରମୁଖ ଉପସ୍ଥିତି ଥିଲେ| ଆଗକୁ ଏହି ସଂସ୍ଥା ଦ୍ଵାରା ସେହି ଅଞ୍ଚଳ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ମାନେ ନଗରପାଲିକା ପାଇଁ କରାଯିବ ବୋଲି ଆଲୋଚନା କରାଯାଇଛି। ଏହି କାର୍ଯ୍ୟକ୍ରମ ପରିଶେଷରେ ନଗରପାଳିକା ର ସ୍ଵଚ୍ଛତା ନିରୀକ୍ଷକ ଶ୍ରୀଯୁକ୍ତ ନାୟକ ଏସବିଆଇ ଏବଂ ରାମକି ଫାଉଣ୍ଡେସନ ନ କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ