Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜ ବନ୍ଧୁକରେ ଶିକାର ହେଲା ଶିକାରୀ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କତରବଗା ଥାନା ଅନ୍ତର୍ଗତ ଚାନ୍ଦନୀ ମାଲ ଏବଂ ବଡ଼ବାହାଲ ଜଙ୍ଗଲ ମଝିରେ ବରାହ ଶିକାର ପାଇଁ ଯାଇଥିବା ଶିକାରୀ ମାନଙ୍କ ମଧ୍ୟରୁ ଜଣେ ଶିକାରୀ ର ନିଜ ବନ୍ଧୁକ ଗୁଳିରେ ନିଜେ ଶିକାର ହୋଇଥିବା ଜଣାପଡ଼ୁଛ।
ପୋଲିସର ସୂଚନା ଅନୁସାରେ, ଗତକାଲି ରାତ୍ରିରେ ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ବଡବାହାଲ ଗାଁର ୭ ଜଣକ ଯୁବକ ସମ୍ବଲପୁର ଜିଲ୍ଲା କତରବଗା ଥାନା ଚନ୍ଦନୀମାଲ ଜଙ୍ଗଳ ମଧ୍ୟକୁ ବରାହ ଶିକାର ପାଇଁ ଯାଇଥିଲେ। ତେବେ ଜଙ୍ଗଲରେ ଏକ ବାଇକ ଶବ୍ଦ ଶୁଣି ଉକ୍ତ ଶିକାରୀ ମାନେ ଭୟରେ ଫେରାର ମାରୁଥିଲେ। ଫେରାର ବେଳେ ଜଣେ ଯୁବକର ବନ୍ଧୁକ ଗୁଳି ଫୁଟି ନିଜ ଦେହରେ ବାଜିଥିଲା। ଫଳରେ ଘଟଣସ୍ଥଳରେ ଯୁବକ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକ ଜଣକ ବଦବହାଲ ଗ୍ରାମର କୁମର ମଣି ଛତ୍ରିଆ (୨୬) ବୋଲି ଜଣାପଡିଛି। ଆଜି ଖବର ପାଇ କତରବଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକର ମୃତ ଦେହ ଉଦ୍ଧାର କରିବା ସହ ୬ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି। ଘଟଣା ସ୍ଥଳରୁ ୨ଟି ଦେଶୀ ବନ୍ଧୁକ କତର ବଗା ପୋଲିସ ଜବତ କରିଛି। ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠେଇ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କଥା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ