Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

କଳାହାଣ୍ଡି,୦୨/୦୭
କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ସରକାରୀ ଉଚ୍ଚ ବିଦ୍ୟାଳୟ ଖୁଣ୍ଟିଆ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡାଙ୍କୁ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଲାମ୍ବର ଛତ୍ରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ଅବସର କାଳୀନ ସମ୍ୱର୍ଦ୍ଧନା ସଭାରେ ମୁଖ୍ଯ ଅତିଥି ଭାବେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା,ସମ୍ମାନୀତ ଅତିଥି ଭାବରେ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ମାଧବୀ ଧରୁଆ, ନେଗିଗୁଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁବରାଜ ଜାଲ, ଡହଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଭକ୍ତ, ଓଷ୍ଟା ଜିଲ୍ଲା ସଭାପତି ସାମନ୍ତ କୁମାର ପଟ୍ଟଯୋଶୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମିନ ରଣା, ଉପ ସଭାପତି ପୁଷ୍ପଲତା ଗୋପାଲ, ବିଜେପି ମଣ୍ଡଳ ସଭାପତି ମୋଟେର ଧର୍ମବ୍ରତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ୧୯୮୫ ମସିହାରେ ଡହଗାଁ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇ ଶିକ୍ଷକତା ଆରମ୍ଭ କରିଥିବା ବେଳେ ତା ୧୪/୦୯/୨୦୨୨ରେ ପଦୋନ୍ନତି ପାଇ ପ୍ରଧାନଶିକ୍ଷକ ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ଖୁଣ୍ଟିଆ ରେ ଏଯାବତ ଦାୟିତ୍ଵ ନିର୍ବାହ କରି ଆସୁଥିଲେ । ଗତ ୩୦/୦୬/ ୨୦୨୫ ରେ ସେ ଅବସର ଗ୍ରହଣ କରିଥିଲେ।ସେ ଜଣେ ମେଳାପୀ, ଶାନ୍ତ, ସରଳ, ଛାତ୍ରବତ୍ସଲ ପ୍ରଧାନ ଶିକ୍ଷକ ଭାବରେ ନିଜ ଦାୟିତ୍ବ ସୁଚାରୁ ରୁପେ ତୁଲାଇଥିଲେ। ଆଜି ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟମାନଙ୍କ ଉପସ୍ଥିତରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ତାଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲ।କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ କୁମାର ସୁନାନୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ନିଦାମ ସୁନାନୀ ଧନ୍ଯବାଦ ଅର୍ପଣ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ