Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ,, ପୁଅ ନିଖୋଜ ନେଇ ଥାନାରେ ଏତଲା ଦେଲେ ବାପା , ହସ୍ତକ୍ଷେପ କଲା ଆଦିବାସୀ ସଙ୍ଘ।

କଳାହାଣ୍ଡି,୦୨/୦୭
କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ଏକ ଫାଇନାନ୍ସ କମ୍ପାନୀ ରେ କାର୍ଯ୍ୟରତ କର୍ମଚାରୀ ଘନଶ୍ୟାମ ମାଝୀ (୨୮) ନିଖୋଜ ହୋଇଯାଇଥିବା ପୁଅର ବାପା ପ୍ରସାଦ ମାଝୀ ଧର୍ମଗଡ ଥାନା ରେ ଏତଲା ଦେଇଛନ୍ତି। ଉଲ୍ଲେଖ ଥାଉ କି କଳମପୁର ଥାନା ବଲାଗାଁ ର ପ୍ରସାଦ ମାଝୀ ଙ୍କ ପୁଅ ଘନଶ୍ୟାମ ମାଝୀ ଧର୍ମଗଡ ଠାରେ ଥିବା ଏକ ଫାଇନାନ୍ସ କମ୍ପାନୀ ରେ ଦୀର୍ଘ ଦିନରୁ କାର୍ଯ୍ୟରତ ଥିବା ବେଳେ ଗତ ଜୁନ ୨୪ ତାରିଖ ଦିନ କମ୍ପାନୀ ର ଦୁଇଜଣ କର୍ମଚାରୀ ବଲାଗାଁ କୁ ଯାଇ ପରିବାର ବର୍ଗ ଙ୍କୁ ଆପଣଙ୍କ ପୁଅ ଘନଶ୍ୟାମ ମାଝୀ ଘରକୁ ଆସିଛି କି ବୋଲି ପଚାରି ଥିଲେ। ପରିବାର ଲୋକେ ଘରକୁ ଆସିନି ବୋଲି କହିବାରୁ ଆପଣଙ୍କ ପୁଅ ଗତ ଜୁନ ୨୦ ତାରିଖ ଶୁକ୍ରବାର ଦିନ ପୋଲିସ ହୋମଗାର୍ଡ ଇଣ୍ଟରଭିୟୁ ଦେବାକୁ ଯାଉଛି କହି ଆଉ ଫେରି ନାହାନ୍ତି ବୋଲି କମ୍ପାନୀ ରୁ ଆସିଥିବା ଦୁଇ ଜଣ କର୍ମଚାରୀ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ନ ପାଇବାରୁ ଗତ ୨୬ ତାରିଖରେ ଧର୍ମଗଡ ଥାନାରେ ଏତଲା ଦେଇଥିଲେ। ପୋଲିସ ଥାନା କେଶ ନମ୍ବର ୪୪/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବା ବେଳେ ବୁଧବାର ସକାଳ ୧୧ ଟା ରେ ଆଦିବାସୀ ସଙ୍ଘ ତରଫରୁ ଦକ୍ଷିଣ ଓଡିଶା ଆଦିବାସି ମହାସଂଘ ସଭାପତି ଗଙ୍ଗାଧର ମାଝୀ, ଜିଲ୍ଲା ଆଦିବାସୀ ସଙ୍ଘ ସଭାପତି ପ୍ରକାଶ ମାଝୀ, ଜୟପାଟଣା ଆଦିବାସୀ ସଙ୍ଘ ସଭାପତି ମନୋଜ ପାତ୍ର, ଜୁନାଗଡ଼ ବ୍ଲକ ସଭାପତି ହୃଦାନନ୍ଦ ମାଝୀ, ଧର୍ମଗଡ ବ୍ଲକ ଆଦିବାସୀ ସଙ୍ଘ କୋଷାଧକ୍ଷ ଶ୍ୟାମ ସୁନ୍ଦର ମାଝୀ, ସମ୍ପାଦକ ଗୋବର୍ଦ୍ଧନ ଶବର, ଉପସଭାପତି ବନମାଳୀ ଭୋଇ, ରୁକୁରାମ ଶବର, ପୁରୁଷୋତ୍ତମ ମାଝୀ, ପ୍ରସାଦ ମାଝୀ ଧର୍ମଗଡ ଥାନାର ଦ୍ୱାରସ୍ତ ହୋଇ ଥାନା ଅଧିକାରୀ ଙ୍କୁ ସାକ୍ଷାତ କରି ନିଖୋଜ ଯୁବକ ସମ୍ପର୍କ ରେ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ