Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡମ୍ବ-କର୍ଲାଖୁଣ୍ଟା ଓ ମାଣିକେରା ଅଞ୍ଚଳରେ ମାଓପୋଷ୍ଟର -୧୫ ତାରିଖର ବନ୍ଦକୁ ସମର୍ଥନ ଓ ପୁଲିସ ଇନଫର୍ମରଙ୍କୁ ଚେତାବନୀ -ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ପୁଲିସ ଏଡିଜି

କଳାହାଣ୍ଡି,୧୪/୦୫-କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗଠାରେ ଏସ୍ଆଇଡବ୍ଲ୍ୟୁ( ସ୍ପେଶାଲ୍ ଇଣ୍ଟଲିଜେନ୍ସ ୱିଙ୍ଗ) ସହିତ ଗୁଳି ବିନିମୟ ବେଳେ ତିନିଜଣ କ୍ୟାଡ଼ର ମାଓବାଦୀଙ୍କ ମ୍ରୁତ୍ୟୁ ପରେ ପରେ ମାଓଦମନ ରଣନୀତିକୁ ଜୋରଦାର କରିବାକୁ ରାଜ୍ୟ ପୁଲିସ, କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ଓ ଗୋଇନ୍ଦା ବିଭାଗର ଉଚ୍ଚସ୍ତରୀୟ ଅଧିକାରୀମାନେ ଘନଘନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବୈଠକ ଓ ସମୀକ୍ଷା କରୁଛନ୍ତି ! ସେହିପରି ଜିଲ୍ଲାର ବିଭିନ୍ନ ମାଓ ପ୍ରଭାବିତ ଅଞ୍ଚଳରେ ପୁଲିସ ଓ ସୁରକ୍ଷାବଳ ଏଲର୍ଟ ହେବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ! ଏପରି ସ୍ଥିତିରେ ମାଓ ସଂଗଠନ ମଧ୍ୟ କେତେକ ସ୍ଥାନରେ ପୋଷ୍ଟର ଜାରି କରିବା ସହ ଆସନ୍ତାକାଲି ରାଜ୍ୟର ୭ ଜିଲ୍ଲାରେ ବନ୍ଦ ଡାକରା ଦେବା ସହିତ ଅଡିଓ ଟେପ୍ ଜାରି କରିଛି । ଟାପରାଙ୍ଗ ଗୁଳି ବିନିମୟ ଘଟଣାର ଦିନକ ପରେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁରେ ପୋଷ୍ଟର ଜାରି କରିବା ସହ ରାଜ୍ୟ ପୁଲିସ ଏଡିଜି ଅମିତାଭ ଠାକୁର କଳାହାଣ୍ଡି ଗସ୍ତରେ ଆସି ଫେରିଯିବା ଦିନ ଶୁକ୍ରବାର ସନ୍ଧ୍ୟାରେ ଅଡିଓ ଟେପ୍ ଜାରି କରି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼ ଓ ବଉଦ ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ଲାଲବାହିନୀ ! ତେବେ ପ୍ରଥମ ଥର ପାଇଁ ସାଥୀ ନକ୍ସଲଙ୍କ ହତ୍ୟାକୁ ନିନ୍ଦା କରି କି ପ୍ରତିଶୋଧ ପାଇଁ ନୁହେଁ ବରଂ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ୧୨ ଦଫା ଦାବିରେ ଏ ବନ୍ଦ ଡାକରା ଦେଇଥିବା ପୁଲିସ ପ୍ରଶାସନକୁ ଆଶ୍ଚର୍ଯ୍ୟଚକିତ କରିଛି ! ଏପରିକି ଟାପରାଙ୍ଗ ଘଟଣା ଘଟିଥିବା ମ. ରାମପୁର ଥାନାଞ୍ଚଳର ଡମ୍ବକର୍ଲାଖୁଣ୍ଟା ଓ ମାଣିକେରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଆଜି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ମାଓବାଦୀଙ୍କ କେକେବିଏନ୍ ଡିଭିଜିନାଲ କମିଟି ପକ୍ଷରୁ ଜାରି କରାଯାଇଥିବା ଏହି ପୋଷ୍ଟରରେ ଆସନ୍ତାକାଲିର ବନ୍ଦ ପାଳନକୁ ସମର୍ଥନ କରିବାକୁ କୁହାଯାଇଛି। ସେହିପରି ଆଉ କେତେକ ପୋଷ୍ଟରରେ ପୁଲିସ ଇନଫର୍ମର କାମ କରିବା, ପୁଲିସ ଓ ଗୁଇନ୍ଦା ଅଫିସରଙ୍କ ଦ୍ବାରା ଭୟ, ଚାପ ଓ ପ୍ରଲୋଭନର ଶିକାର ନହେବାକୁ ଚେତାବନୀ ଦିଆଯାଇଛି ! ପୁଲିସ ସୂଚନାଦାତାଙ୍କୁ ଚିହ୍ନଟ କରି ମାଓବାଦୀ ପାର୍ଟିକୁ ସୂଚନା ଦେବା, ପାର୍ଟି ବିରୁଦ୍ଧରେ ଓ ପୋଲିସକୁ ସୂଚନା ଦେବା ପାଇଁ କହୁଥିବା ବ୍ୟକ୍ତିକୁ ବିରୋଧ କରିବା ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ତେବେ ପୁଲିସ ଓ ପ୍ରଶାସନ ପକ୍ଷରୁ ମାଓ ସମୀକ୍ଷା ବୈଠକରେ ମାଓବାଦୀଙ୍କୁ ଆତ୍ମ ସମର୍ପଣ କରିବା ଓ ମୁଖ୍ୟସ୍ରୋତରେ ସାମିଲ ହେବାକୁ ବାରମ୍ବାର ଆହ୍ବାନ ଦିଆଯାଉଥିବାବେଳେ ଆତ୍ମସମର୍ପଣକାରୀଙ୍କୁ ଥଇଥାନର ବ୍ୟବସ୍ଥା କରାଯିବାକୁ ଏଡିଜି ଅମିତାଭ ଠାକୁରଙ୍କ ସମେତ ଡିଆଇଜି ରାଜେଶ ପଣ୍ଡିତ, କଳାହାଣ୍ଡି ଏସପି ଅଭିଳାଷ ଜୀ ପ୍ରମୁଖ ଆହ୍ବାନ ଦେଇଛନ୍ତି ! ସେହିପରି ଟାପରାଙ୍ଗ ଗୁଳି ବିନିମୟ ଘଟଣାରେ ସଫଳତା ପରେ ପୁଲିସ ଓ ସୁରକ୍ଷାବଳର ମନୋବଳ ଯଥେଷ୍ଟ ବ୍ରୁଦ୍ଧି ପାଇଛି ଏବଂ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷାବଳ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କୁହାଯାଉଛି !