Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବ୍ୟାଙ୍ଗ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ; ତରବରରେ ପୋତିଦେଲେ ମୃତ ଦେହ

ବୀରମହାରାଜାପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ରୁଗୁଡିପାଲି ଗାଁରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ପରେ ମୃତ ଦେହ କୁ ତରବର ଭାବେ ପୋତି ଦିଆଯାଇ ଥିଲା। ତେଣୁ ଯୁବକଙ୍କ ମୃତ୍ୟୁ ସ୍ବଭାବିକ ନା ତାଙ୍କୁ ହତ୍ୟା କରାଯାଇଛି ତାହା ସନ୍ଦେହ ଦେଖା ଦେଇଛି। ମୃତ ଯୁବକ ଜଣକ ହେଲେ ରୁଗୁଡିପାଲି ଗାଁର ସେବକ ଜଗଦଲା(୩୦) । ପୂର୍ବରୁ ମୃତକଙ୍କ ମାତା ପିତା ଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସେ ତାଙ୍କ କାକା ଘରେ ରହୁଥିଲେ। ପୋଲିସ ଠାରୁ ମିଳିଥିବା ସୁଚନା ଅନୁସାରେ ଗତ ଶୁକ୍ରବାର ମୃତକ ଜଣକ ତାଙ୍କ ଗ୍ରାମ ନିକଟସ୍ଥ ମହୁଲପାଲି ଗ୍ରାମକୁ ଦଣ୍ଡ ଦେଖିବାକୁ ଯାଇଥିଲେ। ସେଠାରୁ ଘରକୁ ଆସିବା ପରେ ଘରେ ମୃତ ଅବସ୍ଥାରେ ତାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା। ମୃତକଙ୍କ କାକା ଘର ଲୋକେ ତରତର ହୋଇ ଗାଁମୁଣ୍ଡରେ ଥିବା ଏକ ନାଳରେ ପୋତି ଦେଇଥିଲେ। ଦିବ୍ୟାଙ୍ଗ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ ଦେହ ମିଳିବା ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା।ଶନିବାର ରାତି ତମାମ ଶବ ପୋତିଥିବା ସ୍ଥାନରେ ପୋଲିସ ଜଗି ରହିଥିଲା। ସେବକଙ୍କୁ କେହି ହତ୍ୟା କରାଯାଇଥିବା ସନ୍ଦେହରେ ତାଙ୍କ ସମ୍ପର୍କୀୟ ଲବ ଜଗଦଲା ବୀରମହାରାଜପୁର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଦିବ୍ୟାଙ୍ଗ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୋଲିସ ଉକ୍ତ ଗ୍ରାମର ସ୍ବାମୀ ସ୍ତ୍ରୀ ଦୁଇ ଜଣକୁ ଅଟକ ରଖିଛି ।. ଅଟକ ସ୍ବାମୀ ସ୍ତ୍ରୀ ମୃତକଙ୍କ କାକା ଓ ଖୁଡି ବୋଲି ଜଣା ପଡିଛି। ତେବେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ମୃତ ଯୁବକଙ୍କ ମାତା ପିତା ବହୁ ଦିନରୁ
ମୃତ୍ୟୁ ହୋଇ ସାରି ଥିବାରୁ ତାଙ୍କ ପରିବାର ରେ ସେ ଏକମାତ୍ର ବ୍ୟକ୍ତି ଥିଲେ। ସେହି ଦିନ ଠାରୁ ସେ ତାଙ୍କ କାକା ଘରେ ରହୁଥିଲେ। ତେବେ ଅଂଶୁଘାତ ରୁ ମୃତ୍ୟୁ ହୋଇଥାଇ ପାରେ ବୋଲି କେତେକ କହୁଥୁବା ବେଳେ ଆଉ କେତେକ ତାଙ୍କ ଜମିବାଡି ହଡପ ପାଇଁ ହତ୍ୟା କରାଯାଇ ଥାଇ ପାରେ ବୋଲି କୁହାକୁହି ହେଉଛନ୍ତି। ତେବେ ସନ୍ଦେହ ଜନକ ଭାବେ ମୃତ୍ୟୁ ପରେ ତରବର ହୋଇ ମୃତଦେହ ପୋତି ଦେବା ସନ୍ଦେହ ସୃଷ୍ଟି କରୁଛି। ପୁଲିସ ମୃତ ଦେହକୁ ଶବ ବ୍ୟବଚ୍ଛେଦ କରିବାପରେ ମୃତ୍ୟୁର କାରଣ ସ୍ବଷ୍ଠ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି। ଖବର ଲେଖା ଯିବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନ ଥିବା ଥାନା ଅଧିକାରିଣୀ ପଦ୍ମାସିନୀ ମେହେର ଙ୍କ ଠାରୁ ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ