Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜ ଅସାବଧାନତାରୁ ଦୁର୍ଘଟଣା ହେଲେ ମୃତ ବ୍ୟକ୍ତିଙ୍କୁ ମିଳିବନି ବୀମା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ପିଏସ ନରସିଂହ ଏବଂ ଆର ମହାଦେବନ ଏକ ଆବେଦନର ଶୁଣାଣି କରି ଜଣେ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ବିମା ଟଙ୍କା ଦେବାକୁ ମନା କରିଦେଇଛନ୍ତି। କାରଣ ସୁପ୍ରିମକୋର୍ଟ ସ୍ପଷ୍ଟ କହିଛନ୍ତି ଯେ ଯଦି କେହି ଅସାବଧାନତା ସହ ଗାଡ଼ି ଚଳାଇ ଦୁର୍ଘଟଣାର ଶିକାର ହୋଇ ଜୀବନ ହରାଉଛନ୍ତି ତେବେ ବୀମା କମ୍ପାନୀ ସେମାନଙ୍କୁ ଟଙ୍କା ଦେବାକୁ ବାଧ୍ୟ ନୁହଁନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକ ଗତିରେ କିମ୍ବା ଷ୍ଟଣ୍ଟ ଯୋଗୁଁ ଦୁର୍ଘଟଣା ହେଲେ ମଧ୍ୟ ବୀମା ଟଙ୍କା ଦିଆଯିବନାହିଁ। ୧୮ ଜୁନ୍ ୨୦୧୪ରେ ଏନଏସ ରବିଶଙ୍କର ତାଙ୍କ ଫିଆଟ୍ ଲାଇନିଆ କାରରେ ମଲ୍ଲାସାଣ୍ଡ୍ରା ଗ୍ରାମରୁ ଆର୍ସିକେର ସହରକୁ ତାଙ୍କ ବାପା, ଭଉଣୀ ଏବଂ ପିଲାମାନଙ୍କ ସହ ଯାଉଥିଲେ। ସେ ଦ୍ରୁତ ଗତିରେ ଗାଡ଼ି ଚଲାଇବା ସହ ଟ୍ରାଫିକ୍ ନିୟମ ମଧ୍ୟ ଉଲ୍ଲଂଘନ କରିଥିଲେ। ଯାହା ଫଳରେ ସେ ଆର୍ସିକେର ନିକଟସ୍ଥ ମାଇଲାନାହଲ୍ଲୀ ଗେଟରେ ଗାଡ଼ିରୁ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ ଓ କାରଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ରବିଶଙ୍କର ମୃତ୍ୟୁ ହୋଇଯାଇଥିଲା ଓ ଯାହା ପରେ ତାଙ୍କ ପରିବାର ଲୋକ କ୍ଷତିପୂରଣ ଦାବି କରିଥିଲେ। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏନଏସ ରବିଶଙ୍କର ପରିବାର ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଠାରୁ ୮୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଏହାକୁ ଖାରଜ କରି ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ ଯେତେବେଳେ ମୃତ୍ୟୁ ଯଦି ବ୍ୟକ୍ତିଙ୍କ ନିଜ ଦୋଷ ଯୋଗୁଁ ହୋଇଥାଏ ତେବେ ସେ କ୍ଷତିପୂରଣ ମାଗିପାରିବେ ନାହିଁ। ଗତ ବର୍ଷ ନଭେମ୍ବର ୨୩ରେ କର୍ଣ୍ଣାଟକ ହାଇକୋର୍ଟର ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଥିଲେ। ଯେଉଁଥିରେ ଏହି କ୍ଷତିପୂରଣ ଦାବିକୁ ଖାରଜ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ