Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରିମୁହାଁଣ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୦୭/୦୭
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଆମପାଣି ପଞ୍ଚାୟତ ର ଜଙ୍ଗଲ ପରିବେଷ୍ଟିତ ବିରିମୁହାଁଣ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ୭୬ ତମ ବନ ମହୋତ୍ସବ ସପ୍ତାହ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ସ୍କୁଲ ର ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ଙ୍କ ତତ୍ୱାବଧାନ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ବୃକ୍ଷ ରୋପଣ ର ଗୁରୁତ୍ୱ ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ର ଅବଦାନ ନେଇ ସଚେତନତା କରାଯାଇଥିଲା। ପରେ ପ୍ରଧାନ ଶିକ୍ଷକ ସମେତ ସହକାରୀ ଶିକ୍ଷକ,ସ୍କୁଲ ପରିଚାଳନା କମିଟିର ସଦସ୍ୟ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହ ତାର ଯତ୍ନ ନେବାକୁ ଶପଥ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ