Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସପ୍ତାହବ୍ୟାପୀ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୦୭/୦୭
ସପ୍ତାହ ବ୍ୟାପୀ ବନ ମହୋତ୍ସବ କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା, ଶିକ୍ଷ୍ୟା କାର୍ଯ୍ୟାଳୟ ଜୟପାଟଣା,ସ୍ୱାମୀ।ବିବେକାନନ୍ଦ ଲୋକ ସଂସଦ କଳାହାଣ୍ଡି ଶାଖା, ସମ୍ବାଦ – ଆମଘର ଓ ବନ ବିଭାଗ ଜୟପାଟଣା ଶାଖା ତରଫରୁ ଭଇରିଁପାଲି ଉନ୍ନତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଛଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଛଳା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ଚାଚିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଲ୍ଲଂଭଟା ଉନ୍ନତି ଉଚ୍ଚ ବିଦ୍ୟାଳୟ ପରିସରରେ ଚତୁର୍ଥ ଦିନରେ ୨୫୦ ଟି ଚାରା ଗଛ ରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟପାଟଣା ଧର୍ମରଜ ମାଝୀ,ସଂଘ ସଭାପତି ପ୍ରମୋଦ କୁମାର ଠାକୁର, ଯୁଗ୍ମ ସମ୍ପାଦକ ନବକିଶୋର ନାଏକ, କୋଷାଧ୍ୟକ୍ଷ ରମାକାନ୍ତ ମାଝୀ, ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପାଣିଗ୍ରାହୀ, କେଶବ ମାଝୀ, ସୁବ୍ରତ କୁମାର ସ୍ବାଇଁ, ନକୁଲ ପରାଭୋଇ, ମାନସ ପାତ୍ର ଓ ପ୍ରଧାନ ଶିକ୍ଷୟତ୍ରୀ ପ୍ରେମଲତା ନାଏକ ତଥା ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଜୟପାଟଣା ସମ୍ବାଦ ପ୍ରତିନିଧି ଶରତ କୁମାର ରାଉତ, ବନପାଲ ଜୟପାଟଣା ପାର୍ଥିବ ମାଝୀ, ବେଣାଖମାର ବନପାଲ ମହେଶ୍ୱର ନାଏକ , ରେଙ୍ଗାଲପାଲି ସିଆରସିସି ବେଦବର ନିଆଲ, ପୋଡାଖୋଲ ସିଆରସିସି ସନ୍ତୋଷ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ କେଉଁ ଭଳି ଆମର ଉପକାର ଆସେ, ବନ ମହୋତ୍ସବର ଆବଶ୍ୟକତା କଣ ତତ୍ ସମ୍ପର୍କରେ ଅବଗତ କରାଇଥିଲେ। ସଂଘ ସଂପାଦକ ତଥା ସ୍ବାମୀ ବିବେକାନନ୍ଦ ଲୋକ ସଂସଦ କଳାହାଣ୍ଡି ଶାଖା , ପରିବେଶ ପ୍ରମୁଖ ଲଳିତ କୁମାର ନାଏକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ନବକିଶୋର ନାଏକ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ