Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଟିସି ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ଡୋକାରିଚଞ୍ଚରା ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୦୭/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କଳାହାଣ୍ଡି ଜିଲ୍ଲା ର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଠାରେ ସୋମବାର ଇକୋ ଟୁରିଜମ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଧର୍ମଗଡ ବନାଞ୍ଚଳ ବିଭାଗ ର ମିଳିତ ଭାବେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କାଉର ଙ୍କ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ପର୍ଯ୍ୟଟନ ସ୍ଥଳୀ ର ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରିବାରେ ବୃକ୍ଷଲତା ହିଁ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରୁଛି,ଏଣୁ ବୃକ୍ଷ ରୋପଣ କରି ତାର ଯତ୍ନ ନେଇ ଆମେ ଆମର ପର୍ଯ୍ୟଟନ ସ୍ଥଳୀ ର ସୁରକ୍ଷା ରେ ଯୋଗଦାନ ଦେବା ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗ, ବେହେରା ସେକ୍ସନ ଫରେଷ୍ଟର ରାଜେନ୍ଦ୍ର ନାଏକ, ଧର୍ମଗଡ ଫରେଷ୍ଟର ସୀମା ଧଙ୍ଗଡ଼ା ମାଝୀ,ଇଟିସି କମିଟି ସଭାପତି ଡମ୍ବରୁ ମାଝୀ,ସମ୍ପାଦକ ମଣିରାମ ବାଣୁଆ,ସହ ସମ୍ପାଦକ ଖଗେଶ୍ବର ପାଣିଗ୍ରାହୀ,କୋଷାଧ୍ୟକ୍ଷ କ୍ଷମା କାଣ୍ଡ,ବିରେନ କନ୍ଦ,ପଦ୍ମନ ଚଳାନ,ବନୁ ମାଝୀ, ଶିବ ପ୍ରସାଦ ବାଣୁଆ, ଦୈତାରି ଶବର, ଦିଲିପ ନାଏକ, ଭିବେ ଭରା ସଗଡ଼ିଆ, ଦେବୀ ସିଂ ନାଗ, ଶ୍ରୀଧର ଭୋଇ ସମେତ କମିଟି ର ଅନ୍ୟ ସଦସ୍ୟ, ନାରୀ କମିଟି ଓ ଜଙ୍ଗଲ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହି ଡୋକାରିଚଞ୍ଚରା ଶ୍ରୀରାମ ମନ୍ଦିର ପରିସରରେ ବୃକ୍ଷ ରୋପଣ କରି ବୃକ୍ଷ ର ଯତ୍ନ ଓ ଜଙ୍ଗଲ ସୁରକ୍ଷା ନେବାପାଇଁ ବ୍ରଜ ଶପଥ ନେଇଥିଲେ।କାର୍ଯ୍ୟକ୍ରମ କୁ ଖଗେଶ୍ବର ପାଣିଗ୍ରାହୀ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ