Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଷାଢ଼ କେନା ମଣ୍ଡେଇ ଯାତ୍ରା ପାଇଁ ଟେମରା ଗ୍ରାମବାସୀ ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କଳାହାଣ୍ଡି,୦୮/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଶୁକ୍ରବାର ଦିନ ଗ୍ରାମ ର ଆରାଧ୍ୟ ଦେବୀ ମା ବସ୍ତରେନ ମାଉଳି ଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହେବ, ଏନେଇ ଆଜି ଟେମରା ଗ୍ରାମବାସୀ ପକ୍ଷରୁ ପୂଜା କମିଟି ର ସଭାପତି ପଦ୍ମଲୋଚନ ଦଳପତି ଙ୍କ ସଭାପତିତ୍ୱ ରେ ସ୍ଥାନୀୟ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡେଇ ଯାତ୍ରା କୁ କେମିତି ଶାନ୍ତି ଶୃଙ୍ଖଳା ରକ୍ଷା କରି ପାଳନ ହେବ ସେ ନେଇ ଆଲୋଚନା କରାଯାଇଥିଲା।ଏହି ମଣ୍ଡେଇ ଯାତ୍ରା ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଥିବା ବେଳେ ଶ୍ରଦ୍ଧାଳୁ ଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ କୁ ଜଣାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସ୍ଥାନୀୟ ସରପଞ୍ଚ କ୍ଷିତିରାମ ପାତ୍ର, ସମ୍ପାଦକ ମହାଦେବ ବେଶ୍ରା, ଗୌନ୍ତିଆ ଚୁମନ ପାତ୍ର,ପୂଜକ ଚିତ୍ରସେନ ମାଝୀ, ଶିରା ସୁରେଶ ମାଝୀ,ସୁଧୀର କୁମାର ପାତ୍ର, ଅଶୋକ କୁମାର ଦାସ,ଚକାଡୋଳା ପାତ୍ର, ହେମନ୍ତ ବାଣୁଆ, କ୍ଷୀରସିନ୍ଧୁ ହଂସ, ଯୋଗା ନାଏକ, ରଞ୍ଜନ ପାଣିଗ୍ରାହୀ, ଦୁଷ୍ମନ୍ତ ପାତ୍ର,ମିନିକେତନ ସାହୁ,କାଳି ପୁଝାରି,ପରମେଶ୍ବର ପୁଝାରି,କ୍ଷିତିରାମ ପଟେଲ,ଲମ୍ବୁଧର ମାଝୀ, ସୁଦାନ ମାଝୀ,ଡମ୍ବରୁ ଧର ହଂସ ଓ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ