Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଟାମାଟି କୁ ଫେରିଲା ପ୍ରବାସୀ ଶ୍ରମିକଙ୍କ ଶବ, କାନ୍ଦ ବୋବାଳି ରେ ଫାଟି ପଡିଲା ଗାଁ ଦାଣ୍ଡ।

କଳାହାଣ୍ଡି,୧୦/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କୁମୁଡ଼ାମୁଣ୍ଡା ଗ୍ରାମ ର ଭୁବନେଶ୍ୱର ବେଣା ଙ୍କ ଭେଣ୍ଡିଆ ପୁଅ ରାଜ କିଶୋର ବେଶ୍ରା ଗତ ମାସେ ତଳେ ଘରର ଆର୍ଥିକ ଅବସ୍ଥା ଯୋଗୁଁ ପରିବାର ପ୍ରତିପୋଷଣ ପାଇଁ ସୁଦୂର ହାଇଦ୍ରାବାଦ ନିକଟସ୍ଥ ବାହାଦୂର ପାଳି ଅଞ୍ଚଳ କୁ ଦାଦନ ଖଟିବାକୁ ଯାଇଥିଲା।ତେବେ ଗତ ମଙ୍ଗଳବାର ଦିନ ସେ ଠିକାସଂସ୍ଥା ରେ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହେବାରୁ ସାଥି ରେ ଥିବା ଶ୍ରମିକ ମାନେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ତେବେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ହାଇଦ୍ରାବାଦ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ସେଠାରେ ଥିବା ତାଙ୍କ ସମ୍ପର୍କିୟ ଙ୍କୁ ହସ୍ତାନ୍ତର କରିଥିଲେ।ତେବେ ଭିଟାମାଟି କୁ ଶବ ନେବାପାଇଁ ଠିକାଦାର କିଛି ଆର୍ଥିକ ସହାୟତା କରିଥିବା ବେଳେ ଏହି ଖବର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ଜଣାଇବା ପରେ ସେ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରି ଶବ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ। ଗୁରୁବାର ଏକ ଆମ୍ବୁଲାନ୍ସ ରେ ଶବ ଗାଁ କୁ ଫେରିଛି, ତେବେ ଭେଣ୍ଡିଆ ପୁଅ କୁ ହରାଇ ମା ଚେତାଶୂନ୍ୟ ହୋଇ ପଡ଼ିଥିବା ବେଳେ ଗାଁ ଦାଣ୍ଡ ରେ କାନ୍ଦ ବୋବାଲି ରେ ଫାଟି ପଡୁଥିଲା। ପରେ ଗାଁ ମଶାଣି ରେ ମୃତ ଯୁବକ ଙ୍କ ଜୁଇ ଜଳିଛି।ତେବେ ମୃତ ଯୁବକ ଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କିଛି ଆର୍ଥିକ ସହାୟତା କରିବାକୁ ମୃତ ଶ୍ରମିକଙ୍କ ବାପା ଭୁବନେଶ୍ୱର ବେଶ୍ରା ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ