ଜଗନ୍ନାଥପ୍ରସାଦରେ ଗୁରୁପୂର୍ଣ୍ଣିମା


ସମ୍ବଲପୁର/ନାକଟିଦେଉଳ: ଗୁରୁବାର ଦିନ ସରସ୍ଵତୀ ଶିଶୁ ମନ୍ଦିର ଜଗନ୍ନାଥପ୍ରସାଦ ପ୍ରାଙ୍ଗଣରେ ଗୁରୁପୂର୍ଣ୍ଣିମା ତଥା ବ୍ୟାସ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଛି । ମା ବାଗ୍ ଦେବୀଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ ପରେ ଏହା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମହର୍ଷି ବେଦବ୍ୟାସ ଓ ପରମ ପୂଜ୍ୟ ଭଗବା ଗୈରିକଧ୍ବଜର ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ବିଜୟକୁମାର ସାହୁ ଓ ବିଦ୍ୟାଳୟର ଅନ୍ୟ ଗୁରୁଜୀ ଗୁରୁମା ଗୁରୁପୂର୍ଣ୍ଣିମା ଉତ୍ସବ ପାଳନର ଉଦ୍ଦେଶ୍ୟ ଓ ଗୁରୁଙ୍କ ମହତ୍ଵ ସମ୍ବନ୍ଧରେ ଶିଶୁ ମାନଙ୍କୁ ବୁଝାଇ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନଙ୍କ ଦ୍ବାରା ରାଷ୍ଟ୍ର କାର୍ଯ୍ୟରେ ସହାୟତା ନିମିତ୍ତ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉତ୍ସବ ସମାପନ ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।