କଳାହାଣ୍ଡି,୧୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅବକାରୀ ଥାନା ପକ୍ଷରୁ ଆମପାଣି ପଞ୍ଚାୟତ ଭାଳିଆଯୋର ଗ୍ରାମର ଅଭିରାମ ବଂଜାରା(୫୨) ଙ୍କ ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଅଭିରାମ ନାଏକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋକସରା ଅବକାରୀ ଥାନା ଅଧିକାରୀ ନରେନ୍ଦ୍ର ମିଞ୍ଜ ଙ୍କ ନେତୃତ୍ୱରେ ଚଢ଼ାଉ ସମୟରେ ଅଭିଯୁକ୍ତ ଙ୍କ ଘରୁ ୮ କେଜି ଗଞ୍ଜେଇ ସହ ଏକ ବାଇକ ଜବତ ହୋଇଥିବା ନେଇ ଅବକାରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅବକାରୀ ଚଢ଼ାଉ,୮ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ।
